#Breaking News

ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡପ ଉଦ୍ୟମ


ଫୁଲବାଣୀ(ସୁନୀଲ ପଟନାୟକ )
ସରପଞ୍ଚ ଙ୍କ ଦସ୍ତଖତ ଜାଲିଆତି କରି ତୈୟାଳସି ହଜାର ଦୁଇଶ ନବେ ଟଙ୍କା ବିଲ କରି ହଡପ କରିବାକୁ ଉଦ୍ୟମ ହୋଇଥିବାନେଇ ଅଭିଯୋଗ ହୋଇଛି l
କନ୍ଧମାଳ ଜିଲା ଦାରିଂବାଡ଼ି ବ୍ଲକ ସୋନପୁର ପଂଚାୟତ ରୁ ଏଭଳି ଅଭିଯୋଗ ଆସିଛି l
ସୋନପୁର ସରପଞ୍ଚ କୁମୁଦିନୀ ପ୍ରଧାନ ବିଡ଼ିଓ ଗଦାଧର ପାତ୍ର ଙ୍କ ନିକଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l
ସୋନପୁର ପଂଚାୟତ ଅନ୍ତର୍ଗତ
ଡବେଡି ଗ୍ରାମରେ ଜମି ଉନ୍ନୟନ କାର୍ଯ୍ୟରେ ଅଧିକା ବିଲକରି ମଷ୍ଟରରୋଲ ରେ ସରପଞ୍ଚ ଙ୍କ ଦସ୍ତଖତ ଜାଲ କରି ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ କୁମୁଦୁନୀ ପ୍ରଧାନ l
ତେଵେ ସେ ଗାତ ୨୨ ତାରିଖରୁ ବିଡ଼ିଓ ପାତ୍ର ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି l ଫଳରେ ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l
ଅନ୍ୟପଟେ ବିଡ଼ିଓ ଗଦାଧର ପାତ୍ର ଘଟଣା ର ସତ୍ୟାସତ୍ୟ କୁନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *