#Breaking News #Uncategorized

କର୍ମଚାରୀ ନାହିଁ।ନ୍ତି ମୁକୁଳା ପଡିଛି ବ୍ରାହ୍ମଣପାଦ ,କରୋନା ଟେଷ୍ଟିଙ୍ଗ ସେଣ୍ଟର,


ଫୁଲବାଣୀ-( ସୁନୀଲ ପଟ୍ଟନାୟକ), ଫାର୍ମାସିଷ୍ଟ, ଡାକ୍ତର କି କର୍ମଚାରି କେହି ବି ନାହାଁନ୍ତି, ମୁକୁଳାପଡିଛି କରୋ ନା ଟେଷ୍ଟିଙ୍ଗ ସେଣ୍ଟର। ଦାୟୀତ୍ଵହୀନ ଭାବରେ ସବୁ ଖୋଲା ମେଲା ଛାଡିଦେଇ ସମସ୍ତ କର୍ମଚାରୀ ପଳାଇ ଥିବା ଦେଖିବାକୁ ମିଳିଛି । ଭିତରେ କରୋନା ଟେଷ୍ଟିଙ୍ଗ ସଂପର୍କିତ ଜରୁରୀ କାଗଜପତ୍ର ଠୁ ଆରମ୍ଭ କରି ମାସ୍କ ସାନିଟାଇଜର,ମୁଲ୍ୟବାନ କିଟ ଆଦି ରହିଥିବା ଦେଖିବାକୁ ମିଳିଛି । କେହି ଜଣେ ଚାହିଲେ ବି ନେଇ ଯାଇ ପାରିବ। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ବ୍ରାହ୍ମଣପାଦ ସି ଏଚସି ଅଧୀନରେ . ନିକଟରେ ଥିବା ଏକ ସ୍କୁଲ ଘରେ ଖୋଲାଯାଇଥିବା କରେ ।ନା ସେଣ୍ଟର ର ଦୃଶ୍ୟ। ଅଭିଯୋଗ କଲେ ବି ଶୁଣିବାକୁ କିଏ ନାହିଁ।
ସରକାର କରେ । ନା ମୁକାବିଲା ପାଇଁ ଯୋର ଦାର ପ୍ରସ୍ତୁତି ଚଳାଇ ଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଦାୟୀତ୍ଵହୀନତା ସମସ୍ତଙ୍କୁ ବିସ୍ମିତ କରିଛି । ଏପଟେ ସରକାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଡାକ୍ତର ମାନଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଫଳରେ ସେମାନେ ନିଷ୍ଠା ଓ ଆନ୍ତରୀକ ତାର ସହ ଲୋକଙ୍କୁ ସେବା ଯୋଗାଇଦେ ବେ। ହେଲେ କିଛି ଦାୟିତ୍ଵ ହୀନକର୍ମଚାରୀ ମାନଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି କେତକ ସ୍ଥାନରେ ।
ସୂଚନାଯୋଗ୍ୟଯେ ଅଞ୍ଚଳର କେତେକ ଲୋକ ଶନିବାର ରାତିରେ କରୋନା ସଂପର୍କିତ ଖବର ଜାଣିବା ପାଇଁ ସେଠାକୁ ଯାଇଥିବାବେଳେ ଖୋଲା ପଡିଥିବା ସାଙ୍ଗକୁ ସେଠାରେ କେହି କର୍ମଚାରୀ ନଥିବା ଦେଖିବାକୁ ପାଇଥିଲେ ।
ଅନେକ ସମୟ ଅପେକ୍ଷା କରିବାପରେ ବି କାହାରି ଦେଖା ମିଳି ନ ଥିଲା ।
ସେଣ୍ଟର କେତେ ସମୟ ଖୋଲା ରହିବ ସୂଚନା ଫଳକରେ ରହିବା କଥା। ସୂଚନା ପାଇଁକେହି ଜଣେ କର୍ମ ଚାରି କିମ୍ବା ନାଇଟ ୱ। ଚର ଜଣେ ନିୟୋଜିତ ରହିବା କଥା। ହେଲେ କେହିନଥିଲେ। ଫଳରେ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବା ସହ ଏଭଳି ମହାମାରୀ ସମୟରେ ଅନ୍ତତଃ ପକ୍ଷେ ଗ୍ରାମାଞ୍ଚଳରଲୋକମାନଙ୍କୁ ସଚେତନ କରିବା ସହ ଉଚିତସେବା ଯୋଗାଇଦେବା ପାଇଁ ସଠିକ ପଦକ୍ଷେପ ଗ୍ରହଣ କଲେ . କରୋନା.କୁ ନିୟନ୍ତ୍ରଣ କରିହେବ ବୋଲି ମତପ୍ରକାଶ ପାଉଛି ।

Leave a comment

Your email address will not be published. Required fields are marked *