#Breaking News

ନେତାଜୀଙ୍କ ସମ୍ମାନ ପାଇଁ ହ୍ବିଲ ଚେୟାର ଚଳେଇଲେ, ”ଏଇତ ଜୀବନ” ସାମାଜିକ ସଙ୍ଗଠନର ସଦସ୍ୟ ବାସୁଦେବ ବେହେରା

କଟକ(ଉଲାପ୍ର)କଟକର ପୁଅ ତଥା ବିଶ୍ୱର ଏକ ସୁନାମଧନ୍ୟ କ୍ରାନ୍ତିକାରୀ ନେତା ସୁଭାଷ ଚନ୍ଦ୍ର ବୋଷ ଙ୍କର ନାମରେ କଟକ ରେଳ ଷ୍ଟେସନକୁ ନାମିତ କରିବା , ପାଠ୍ୟକ୍ରମରେ ନେତାଜୀଙ୍କ ବିଷୟ ସାମିଲ କରିବା , ନେତାଜୀଙ୍କ ଜନ୍ମସ୍ଥାନକୁ ବିଶ୍ୱସ୍ତରୀୟ କରିବା ଓ ନେତାଜୀଙ୍କ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରିବା ଦାବିରେ, ”ଏଇତ ଜୀବନ” ସାମାଜିକ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏଥିପାଇଁ ଏକ ସାଇକେଲ ଶୋଭାଯାତ୍ରାରେ ସଂଗଠନର ସଦସ୍ୟ ମାନେ କଟକ ଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ କରି,କଲେଜ ଛକ ଓ ପରେ ନେତାଜୀଙ୍କ ଜନ୍ମସ୍ଥଳୀ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ବାସୁଦେବ ବେହେରାଙ୍କ ନେତୃତ୍ୱରେ, ଏହି କାର୍ଯ୍ୟକ୍ରମ ସମୟରେ ପୂର୍ବତନ କର୍ପୋରେଟର ଅରୁଣ ସେଠୀ,ବ୍ୟୋମକେଶ କାନୁନଗୋ, ଜିତେନ୍ଦ୍ର ସାହୁ, ସଞ୍ଜିତ ସାମଲ,ପ୍ରହଲ୍ଲାଦ ମହାରଣା, ଶାଶ୍ୱତ ନାୟକ, ସୁରେଶ ସ୍ୱାଇଁ ଓ ବୁବୁ ସାହୁ ପ୍ରମୁଖ ଯୋଗଦେଇ ଥିଲେ ।ସାଇକେଲ ଯାତ୍ରା ଓ କାର୍ଯ୍ୟକ୍ରମକୁ ସଙ୍ଗଠନର ପ୍ରତିଷ୍ଟାତା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ପରିଚାଳନା କରିଥିଲେ।ଯାହାକି ରାସ୍ତାରେ ଯିବା ଆସିବା କରୁଥିବା ଆଇନଜୀବୀ ଓ ସରକାରୀ ଅଫିସରେ କାମ କରୁଥିବା ଲୋକ ମାନଙ୍କୁ ଆଚମ୍ବିତ କରିଥିଲା । ସଭ୍ୟ ସମାଜ ପାଇଁ ଏହା ଏକ ଦୁର୍ଲଭ ଦୃଶ୍ୟ ଥିଲା।

Leave a comment

Your email address will not be published. Required fields are marked *