#Breaking News #District

ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ”ଫ୍ରେଣ୍ଡସ ଗ୍ରୁପ” ତରଫରୁ ମା ‘ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି l ପ୍ରବଳ ଖରା ଓ ଗରମ ଯୋଗୁଁ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ଗ୍ରୁପ ତରଫରୁ ଏକ ଭିନ୍ନ ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି l ପ୍ରତ୍ୟେକ ପୂଜା ପାର୍ବଣ ରେ ଗ୍ରୁପର ଏଭଳି ସାମାଜିକ କାର୍ଯ୍ୟକ୍ରମ ସହ ୨୦୧୭ ମସିହା ଠାରୁ ଦୀର୍ଘ ୬ ବର୍ଷ ଧରି ନିରବଛିନ୍ନ ଭାବେ ସବୁଠାରୁ ନିଆରା ଭାବେ ଗଣେଷ ପୂଜା ପାଳନ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି l ଚଳିତ ବର୍ଷ ମଧ୍ୟ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରୁପର ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି.ଏଚ. ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *