#Uncategorized

ଢେଙ୍କାନାଳ ରଥପଦା ରେ ସଡ଼କ ଦୁର୍ଘଟଣାରେ ଦୁଇ ମୃତ


ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାଟି ରଥପଦା ଛକ ନିକଟ ନିକଟବର୍ତ୍ତୀ ହାଡୁଆ କଇଁଆ ଠାରେ କାର ସହିତ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା , ଦୁଇ କାର ଆରୋହୀ ଙ୍କ ମଧ୍ୟରୁ

ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସମୟରେ ମୃତ୍ୟୁ ଘଟିଥିଲା । ଦୁଇ କାର ଆରୋହି ହେଉଛନ୍ତି ଦୁଇ ସାଙ୍ଗ, ହାଇୱ୲କୁ ଟ୍ରକକୁ ଘଟଣାସ୍ଥଳରେ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a comment

Your email address will not be published. Required fields are marked *