#Breaking News

କ.ନୂଆଗାଁ ବ୍ଲକରେ ମହିଳା ସଚେତନତା


ଫୁଲବାଣୀ -(ସୁନୀଲ ପଟନାୟକ )
ରବିବାର କନ୍ଧମାଳ ଜ଼ିଲା କ.ନୂଆଗାଁ ବ୍ଲକର ମହିଳା ଶକ୍ତି କର୍ମକର୍ତାମାନେ ଗହିଙ୍ଗିଆ ଗ୍ରାମରେ ମହିଳା ସ ଶକ୍ତିକରଣ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ମହିଳା ଶକ୍ତିର ଅଧକ୍ଷା ଦୀପିକା ଦୋରା ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କଂଜlମେଣ୍ଡି ପଂଚାୟତର ସରପଞ୍ଚ ସାନିରl ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହିଳା ଶକ୍ତିର ଉଦେଶ୍ୟ ଏବଂ ବିଧବା ମା ମାନଙ୍କ ନିମନ୍ତେ ଥିବା ଛଅ ଗୋଟି ଯୋଜନା ସମ୍ବନ୍ଧରେ ବିକ୍ରମ ସିଂ ଦିଗଲ (ବ୍ଲକ ସହର ପ୍ରମୁଖ), କାଜଲ ନାୟକ (ବ୍ଲକ ଯୁବା ଅଧକ୍ଷା) ଏବଂ ଜୋତିରାଣୀ ବେହେରା(ବ୍ଲକ ସହର ପ୍ରମୁଖ) ସବିଶେଷ ଆଲୋଚନା କରିଥିଲେ l ବିଶେଷ କରି ଆଜୀବନ ପେନସନ, ଦୁଇଜଣ ଶିଶୁଙ୍କୁ 22 ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଇଲେକ୍ଟ୍ରି ବିଲ ଛାଡ଼ ପାଣି ବିଲ ଛାଡ଼, ଅତିଆବଶ୍ୟକ ସ୍ଥଳରେ ସରକାରୀ ବସ ଏବଂ ଟ୍ରେନ ରେ ଯାତାୟତ ନିମନ୍ତେ ପାସ ଯୋଗାଇ ଦିଆଯିବ lଭଡା ଘରେ ରହୁଥିଲେ ବାସଗୃହ ସୁବିଧା l ଏହି କାର୍ଯ୍ୟକ୍ରମରେତିରିଶ ରୁ ଅଧିକ ବିଧବା ମା ମାନେ ଯୋଗଦେଇ ସଫଳ କରିଥିଲେ l ମହିଳା ଶକ୍ତି ର ବ୍ଲକ ଚେୟାରମେନ ଶ୍ରୀମତୀ ଜୋତିସ୍ମିତା ଦିଗଲ, ବ୍ଲକ ସମ୍ପର୍କ ପ୍ରମୁଖ ଶ୍ରୀମତୀ ତେଜସ୍ୱିନୀ ନାୟକ ଏବଂ ବ୍ଲକ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ବିରଞ୍ଚି ଦଳପତି ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ l

Leave a comment

Your email address will not be published. Required fields are marked *