#Exclusive

ରଜକୁ ଭିଜାଇବ ମୌସୁମୀ: ଗୁରୁବାରଠାରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାରେ ପ୍ରବେଶ ନିମନ୍ତେ କବାଟ ଠକଠକ୍ କଲାଣି ମୌସୁମୀ । ଗୁରୁବାରବେଳକୁ ମୌସୁମୀ ରାଜ୍ୟରେ ପ୍ରବେଶ କରିବ ଆଉ ରଜକୁ ଭିଜାଇବ ।  ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହି ଲଘୁଚାପ ସହ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ସୋଆ ବିଶ୍ବବିଦ୍ୟାଳୟ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ନିର୍ଦେଶକ ଡ଼. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବ ଓ ଏହା ଦକ୍ଷିଣ ଛତିଶିଗଡ଼ ମୁହାଁ ହେବ । ଏହାର ପ୍ରଭାବରେ ବୁଧବାର ଅପରାହ୍ନ କିମ୍ବା ରାତିରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ।  ସେହିପରି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।  ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ଗୁରୁବାର ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପଡ଼ିବାର ସମ୍ଭାବନା ଥିବାବେଳେ ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ସାରା ରାଜ୍ୟରେ ଦେଖାଦେବ ବୋଲି ସେ କହିଛନ୍ତି ।

Leave a comment

Your email address will not be published. Required fields are marked *