#Uncategorized

ମଙ୍ଗଳପୁର ଜନସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: କହିଲେ, ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି; କଳାହାଣ୍ଡିରେ ମୋର ଯେତିକି ରକ୍ତବିନ୍ଦୁ ପଡିଛି, ତା’ର ବିକାଶ ପାଇଁ ମୁଁ ୧୦ ଗୁଣା ଅଧିକ ପରିଶ୍ରମ କରିବି

👉

କଳାହାଣ୍ଡି ମଙ୍ଗଳପୁରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭୋକର ଭୂଗୋଳ ଏବେ ରାଜ୍ୟର ଭାତହାଣ୍ଡି ପାଲଟିଛି । ନୂଆ ଓଡିଶା ପାଇଁ କଳହାଣ୍ଡି ଜିଲ୍ଲା ବାଟ ଦେଖାଇଛି । କୃଷି କ୍ଷେତ୍ରରେ ଜିଲ୍ଲା ଆଗେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସରକାରଙ୍କ ଫୋକସରେ ରହିଛି ଜିଲ୍ଲା । ୩ ଗୁଣା ଚାଷ ଜମି ଅଧିକ ଜଳସେଚତି ହେଉଛି । ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ସ୍ୱାସ୍ଥ୍ୟ, ଚାଷ, ଓ ମତ୍ସ୍ୟ କ୍ଷେତ୍ରରେ କଳାହାଣ୍ଡି ଆଗୁଆ ର÷ହିଛି । ଇନ୍ଦ୍ରାବତୀ କଳାହାଣ୍ଡିର ଜୀବନରେଖା ପାଲଟିଛି । ମୋଟ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି କଳାହାଣ୍ଡିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବା ପାଇଁ ସରକାର ପ୍ରତିବଦ୍ଧ ବୋଲି ବାର୍ତା ଦେଇଛନ୍ତି ନବୀନ ପଟ୍ଟନାୟକ ।

ତେବେ କଳାହାଣ୍ଡିର ବିକାଶ ସହ ଏହି ଅବସରରେ ବିଜୁବାବୁଙ୍କୁ ମନପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବେ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଭାବରେ କଳାହାଣ୍ଡି ଆସିଥିଲେ ସେତେବେଳେ ଭବାନୀପାଟଣାର ଷ୍ଟାଚ୍ୟୁ ଛକରେ ତାଙ୍କୁ ପଥର ମାଡ ହୋଇଥିଲା । ଏଥିରେ ତାଙ୍କ ନାକ ଫାଟି ରକ୍ତ ବାହାରିଥିଲା । ବିଜୁ ବାବୁଙ୍କ ପୁଅ ଭାବରେ ମୁଁ ତାଙ୍କୁ ଏସଂପର୍କରେ ପଚାରିଥିଲି ଆଉ ସେ କହିଥିଲେ ଚିନ୍ତାର କିଛି କଥା ନାହିଁ । ବିବୁବାବୁ କହିଥିଲେ କଳାହାଣ୍ଡି ବାସୀ ମୋତେ ବହୁତ ଭଲ ପାଆନ୍ତି, ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲପାଏ । କଳାହାଣ୍ଡିରେ ମୋର ଯେତିକି ରକ୍ତ ବିନ୍ଦୁ ପଡିଛି, କାଳାହଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣା ଅଧିକ ପରିଶ୍ରମ କରିବି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *