#Breaking News

କନ୍ଧମାଳ ଜିଲ୍ଲା ର ରଗବୀ ଖେଳାଳି ରାଷ୍ଟ୍ରୀୟ ପ୍ରତିଯୋଗିତା ରେ ଭାଗନେବା ପାଇଁ ହାଇଦ୍ରାବାଦଗଲେ


ଫୁଲବାଣୀ-(ସୁନୀଲପଟନାୟକ)

ଆସର୍ଟ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ
କନ୍ଧମାଳ ର ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରିବା ଫଳରେ ପ୍ରଥମେ ରାଜ୍ୟ ସ୍ତରରେ ସ୍ଥାନ ପାଇଥିଲେ ଆଉ ଏବେ ଜାତୀୟ ସ୍ତର ରେ ଖେଳିବା ପାଇଁ ହାଇଦ୍ରା ବାଦ ଯାତ୍ରା କରିଛନ୍ତି l ଯାହାକି ଜ଼ିଲ୍ଲା ପାଇଁ ଗୌରବ ଆଣି ଦେଇଛି l
ଅସାର୍ଟ ସଂଗଠନ ର ମହମଦ ଜିଆ ଉଦିନ ନିଜସ୍ୱ ଉଦ୍ୟମରେ ଜିଲ୍ଲା ର ଅପହଞ୍ଚ ଇଲାକାରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ର ହାତପାନ୍ତାରେ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷତା ବୃଦ୍ଧି କରିବା ଏବଂ ‌ସେମାନଙ୍କର ଦକ୍ଷତାର ମୂଲ୍ୟାଙ୍କନ ପ୍ରତିପାଦନ କରିବା ପାଇଁ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରୀୟ ପ୍ରତିଯୋଗୀତା ରେ ଅ଼ଂଶଗ୍ରହଣ କରିବା ର ସୁଯୋଗ ପ୍ରଦାନ କରି ଚୟନ କର୍ତ୍ତା ମାନଙ୍କର ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ସୁନାମ ଧନ୍ୟ କ୍ରୀଡାବିତ୍ ଭାବେ ପରିଚିତ ‌କରାଇବା ଏବଂ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଲୋକଲୋଚନ କୁ ଆଣିଛନ୍ତି l ଜାତୀୟସ୍ତରରେ ଖେଳିବା ପାଇ ହାଇଦ୍ରାବାଦ ଯାଇଥିବା କୁନୀ ଖେଳାଳୀମାନେ ହେଲେ ଜିଉଦୟଗିରି ସିର୍କି ଗ୍ରାମର ଅର୍ଚିତା ପ୍ରଧାନ, ଓ ମାନସୀ ପ୍ରଧାନ , ଝିମାଙ୍ଗିଆ ଗ୍ରାମର ବିଜୟ ପ୍ରଧାନ ଓ ଗୁଟିଙ୍ଗିଆ ଗ୍ରାମ ବାବୁ ଦେହୁରୀ।
ଏମାନେ ଚଳିତ ମାସ ୫,୬, ଏବଂ ୭ ତାରିଖ ତିନିଦିନ ଧରି ହାଇଦ୍ରାବାଦ ଠାରେ ରଗବୀ ଇଣ୍ଡିଆ ଦ୍ଵାରା ଆୟୋଜନ ହେବାକୁ ଥିବା ରାଷ୍ଟ୍ରୀୟ ପ୍ରତିଯୋଗିତା ରେ ଅ଼ଂଶଗ୍ରହଣ କରିବା ପାଇଁ ଆଜି ଭିଶାଖା ସୁପର ଫାଷ୍ଟ ଟ୍ରେନ ରେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଏକାଡେମି ର ଫୁଟବଲ କୋଚ ସସ୍ମିତା ସାହୁ, ଏବଂ ରଗବୀ କୋଚ ଚନ୍ଦନ କୁମାର ସୋରେନ , ଆନ୍ତର୍ଜାତିକ ଖେଳାଳି ପପୁନା ସାହୁ, କହ୍ନେଇ ନାୟକ, କଳା ମୋହନ ନାୟକ, ବାଦଲ ର୍ବୃଗି, ମିନତି ନାୟକ, ହେମାନନ୍ଦ ଦିଗାଲ, ଅଟଲବିହାରୀ ଏବଂ ସମସ୍ତ ଖେଳାଳି , ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ‌ସରପଞ୍ଚଶ୍ରୀମତି ଆକାଂକ୍ଷା ପ୍ରଧାନ, ପୂର୍ବତନ ସରପଞ ହୃଦୟ ପ୍ରଧାନ , ପୂର୍ବତନ ସରପଞ୍ଚପାଡାଗିଂ ଲଳିତ ପ୍ରଧାନ‌ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଟିଗିଂଆ‌ର ପ୍ରଧାନ ଶିକ୍ଷକ ଦିଲିପ କୁମାର ପଣ୍ଡା ଏବଂ ସମସ୍ତ ଶିକ୍ଷକ ତଥା ଅଞ୍ଚଳର କ୍ରୀଡା ପ୍ରେମି ମାନେ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ମଣିଛନ୍ତି। ଏକାଡେମୀ ର ସ୍ଥାପକ‌ ତଥା ସମାଜସେବୀ ମହମ୍ମଦ ଜିଆଊଦ୍ଧିନ୍ ଅହମ୍ମଦ ରାଜ୍ୟ ଦଳର ଉତ୍ତର ଉତ୍ତର ତୋର କାମନା କରି ଖେଳାଳି ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟକୁ ଗୈାରବାନିତ କରିବେ ବୋଲି କହିଛନ୍ତି।

Leave a comment

Your email address will not be published. Required fields are marked *