#Breaking News #Uncategorized

ୟୁଥ୍ ଅଫ କନ୍ଧମାଳ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ


କନ୍ଧମାଳ,୦୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ୍ ଅଫ କନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲା ଇ-ପାଠାଗାର ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି l ଏଥିରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, , ନିଃଶ୍ୱାସ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ଅଞ୍ଜଳି ପ୍ରିୟା ସିଂ ଯୋଗ ଦେଇ ଯଦି ଭାରତ ରେ ପ୍ରତ୍ୟେକ ଲୋକ ଅତି କମ୍ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ସଠିକ୍ ଯତ୍ନ ନିଅନ୍ତି ତେବେ ୧୩୩କୋଟି ଜନ ସଂଖ୍ୟା ବିଶିଷ୍ଟ ଭାରତରେ ଅମ୍ଳଜାନ ର ଅଭାବ କେବେବି କୋଉଠି ବି ସୃଷ୍ଠି ହୁଅନ୍ତା ନାହିଁ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି l କୃଷ୍ଣଚୂଡ଼ା, ରାଧାଚୁଡ଼ା, ରକ୍ତ ଚନ୍ଦନ, ସ୍ଵର୍ଣ୍ଣ ଚମ୍ପା ଆଦି ଅନେକ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା l ଉକ୍ତ କାର୍ଯକ୍ରମ ରେ ଶ୍ରୀ ଦାସ ସମସ୍ତ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିବା ସହ ପୁସ୍ତକ ଓ ପରିବେଶ ର ଉପାଦେୟତା ସମ୍ପର୍କ ରେ ଆଲୋଚନା କରିବା ସହ ନିକଟ ଭବିଷ୍ୟତରେ ୨୦୦ ରୁ ଅଧିକ ବୃ୍ଷରୋପଣ କରି କିଛି କଂକ୍ରିଟ ଜଙ୍ଗଲ କୁ ସବୁଜିମା ରେ ଭରିବା ଆଶା ପରିପ୍ରକାଶ କରିଥିଲେ l ଶେଷରେ କୃଷ୍ଣଚୂଡ଼ା, ରାଧାଚୁଡ଼ା, ରକ୍ତ ଚନ୍ଦନ, ସ୍ଵର୍ଣ୍ଣ ଚମ୍ପା ଆଦି ଅନେକ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ୟୁଥ୍ ଅଫ କନ୍ଧମାଳ ର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ବୈଶାଳୀ ପଟ୍ଟନାୟକ, ସୌମ୍ୟଜିତ୍ ତ୍ରିପାଠୀ ଏବଂ ଇ- ପାଠାଗାରର ଲାଇବ୍ରେରୀୟାନ ସୂର୍ଯ୍ୟମଣି ଦାସ, ସହକାରୀ ଲାଇବ୍ରେରୀୟାନ ଶିବ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *