#Uncategorized

ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ସଚେତନତା ରାଲୀ ଓ ସଭା


ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ଖଣ୍ଡ ଅଧିନସ୍ତ
.ଫିରଙ୍ଗିଆ 6ରଂଜ ଅଧିନ ବନ୍ଧ ଗଡ ଠାରେ ସୋମବାର ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଗ୍ରାମର ପୁରୁଷ ମହିଳା ଙ୍କ ସମେତ ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟାମାନେ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ନେଇ ସ୍ଲୋଗାନମାନ ଦେଇ ଗ୍ରାମକୁ ଗ୍ରାମ ବୁଲି ସଚେତନତା ସୃଷ୍ଟିକରିଥିଲେ।ଏହି ଅବସରରେ . ବନ୍ଧ ଗଡ଼ ନସିରୀଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା ଯୋଗଦେଇ ଜଙ୍ଗଲ ରହିଲେ ଜି ବୀକା ବଞ୍ଚିବ,ଆମେ ସମସ୍ତେ ବଞ୍ଚିବା ଏଣୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ , ବୃକ୍ଷରୋପଣ ନିତାନ୍ତ ଜରୁରୀ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ରହିଲେ ଜଙ୍ଗଲସୁରକ୍ଷା ହୋଇପାରିବ ବୋଲି କହିଥିଲେ।
ଏଥି ସହ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଥିଲେ ମୁଖ୍ୟଅତିଥି ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା l
ସମ୍ମାନିତ ଅତିଥିଭାବେ ଯୋଗଦେଇ ତହସିଲଦାର ପୁନମ ରାଉତ,ଫିରିଙ୍ଗିଆ ବି ଡ଼ି ଓ ରଶ୍ମି ରଞ୍ଜନ ମହନ୍ତ ପ୍ରମୁଖ ଯୋଗଦେଇ ଜଙ୍ଗଲ ଆମର ଓ ଏହାର ସୁରକ୍ଷ। ଦାୟିତ୍ଵ ମଧ୍ୟ ଆମର ଏଣୁ ଆମେ ସମସ୍ତେ ମିଳିମିଶି ଏହାର ସୁରକ୍ଷାକରିବା ପାଇଁ ଆହ୍ଵାନ ଦେଇଥିଲେ।
ବର୍ତମାନ, ଫିରିଙ୍ଗିଆ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଫିସର,କର୍ମଚାରୀ ଓ ସ୍ଥାନୀୟ ବନ ସରକ୍ଷଂଣ ସମିତିର ସ ପୂର୍ଣ୍ଣ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ୍ତାଧିନ ରହିଛି।
ଫଳରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟାଭିଡିଛିବନବିଭାଗ Iତେବେ ଆଗକୁ ଆହୁରି ଖରା ଦିନ ରହିଛି ଫଳ ରେ ଆଗାମୀ ଦିନରେ ଯେପରି ଜଙ୍ଗଲରେ ଆଉ ନିଆଁ ନ ଲାଗିବ ସେଥିପାଇଁ ଫିରିଙ୍ଗିଆ 6ରଂଜଅଫିସର ବିଜୟ କୁମାର ମଲିକଙ୍କ ନେତୃତ୍ଵରେ ଫିରିଙ୍ଗିଆ ବନବିଭାଗ 6ରଂଜ ଅଧିନରେ ଥିବା ବିଭିନ୍ନ ଗ୍ରାମଗୁଡିକରେ ସଚେତନତାରାଲି ସହ ପ୍ରଚାର କରାଯାଉଥିବା କହିଥିଲେ l ମୂଲ୍ୟବାନ ଜଙ୍ଗଲ ଓ ବନ୍ୟ ପ୍ରାଣୀମାନେ ଯେପରି ସୁରକ୍ଷିତ ରହିବେ ସେନେଇ ବନପାଳ ସରୋଜ
ମିଶ୍ର, ଫରେଷ୍ଟ ଗାର୍ଡ ,ପାରାସ୍କାର୍ଡ, ଓ ଫାଇର ସ୍କ୍ବାର୍ଡ ମିଶି ବନ୍ଧ ଗଡ,ରତଙ୍ଗ . ଆଦି ବିଭିନ୍ନ ଗ୍ରାମରେ ସୋମବାର ସଚେତନତା ରାଲି ଓ ମିଟିଙ୍ଗ କରାଯାଇ ବ୍ୟାପକ ଜନ ସଚେତନତା କରାଯିବା ସହ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା ନେଇ ଶପଥ ପାଠ ମଧ୍ୟ କରାଯାଇଥିଲା। ଗ୍ରାମର ପୁରୁଷ ଓ ମହିଳାମାନେ ସହଯୋଗ କରିଥିଲେ।
ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ଲାଗି କୁହାଯାଇଥିଲା। ନିଆଁ ଲଗାଇବା ଗୁରୁତର ଅପରାଧ 6 ଏଥିପାଇଁ ୭ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ଥିବା ନେଇ 6ରଂଜର ଓ ଫରେଷ୍ଟରଗ୍ରାମବାସୀଙ୍କୁ ଅବଗତ କର।ଇଥିଲେ।
ଏହି ଜଙ୍ଗଲ ନିଆଁ ଯୋଗୁ କୋଟି କୋଟି ଟଙ୍କାର ମୂଲ୍ୟ ବାନ ଔଷଧୀୟ ବୃକ୍ଷ ସବୁ ଜଳି ପୋଡି ନଷ୍ଟ ହେଉଛି।
ବହୁ ଜୀବ ଯନ୍ତୁଙ୍କ ଅକାଳ ମୃତ୍ୟୁ ହେଉଛି। ଏଣୁ ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ସଂପଦ ବୃଦ୍ଧି ହେବା ସହ ବନ୍ୟ ଜନ୍ତୁ ବଢିଲେ ପରିବେଶରେ ସନ୍ତୁଳନ ଆସିବ ବେ।ଲି କହିଥିଲେ ରେ ଜଂର ମଲିକ I
ଏ ସବୁ ସଚେତନତା ରାଲୀର ସକାରାତ୍ମକ ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଥିବା କଥା 6ରଂଜର ମଲିକ କହିଛନ୍ତି ।
ଏହିସଚେତନତା ରାଲୀ ପ୍ରତି ଗ୍ରାମରେ କରାଯା ଉଛି ଫଳରେ ଆଗକୁ ଜଙ୍ଗଲରେ ନିଆଁ ଲାଗିବନି ବୋଲି ରେ ଜଂର ବିଜୟମଲିକ ଆଶା ପ୍ରକଟ କରିଛନ୍ତି ।
6ରଂଜ ଅଫିସର ମଲିକ ଓ ଫରେଷ୍ଟର ସରୋଜ ମିଶ୍ର ଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନକୌଶଳ, ପାରଦର୍ଶିତା ସାଙ୍ଗକୁ ସମୟୋଚିତ ପଦ କ୍ଷେପ ଯୋଗୁଁ ଫିରିଙ୍ଗିଆ6ରଂଜ ଅର୍ନ୍ତଗତ ଜଙ୍ଗଲ ଓ ପରିବେଶ ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା l
ଏହି କାର୍ଯ୍ୟ କ୍ରମ ରେ ବନ ସୁରକ୍ଷା କମିଟି ସଦସ୍ୟ, ନାରୀ ସଂଘ ର ସଦସ୍ୟା, ସ୍ଵେଛା ସେବୀ, school ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l
ଶେଷରେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା

Leave a comment

Your email address will not be published. Required fields are marked *