#Breaking News

କନ୍ଧମାଳ :ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନି ମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ ପାତ୍ର, ସଂଗ୍ରାମ କେଶରୀ ପଣ୍ଡା, ଶିବାଜୀ ଅଧିକାରୀ, ସବିତା ସାହୁ, ବୁଲି ନାୟକ, ସଞ୍ଜୀବ ପାଣିଗ୍ରାହୀ, ରାଜେନ୍ଦ୍ର ବିଶି, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ଦ୍ଵାରା ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଓ ଅମୂଲ୍ୟ କୁମାର ଜେନା ଯୋଗ ଦେଇ ଶିଶୁ ଵିଜ୍ଞାନୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ସୁନ୍ଦର ଗଳ୍ପ ମାଧ୍ୟମରେ ପ୍ରେରଣା ଯୋଗାଇଥିଲେ। ଯେଉଁମାନେ ଆଜିର ବିଜ୍ଞାନୀ ମେଳାରେ ନୂତନ ପ୍ରୟୋଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ସଂକୁଳ ସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ତଥା ଜଣାଶୁଣା ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ବିରଞ୍ଚି ନାରାୟଣ ମିଶ୍ର ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Leave a comment

Your email address will not be published. Required fields are marked *