#Breaking News

ଫିରିଙ୍ଗିଆ ଥାନା ଅଧିକାରିଙ୍କ କରେ।ନା ଓ ଓମିକ୍ରନ ସଚେତନତା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ ଫିରିଙ୍ଗିଆ ବଜ।ରରେ ବୁଲିବୁଲି ଦୋକାନୀକୁ ସଚେତନ କରାଉଛନ୍ତି
। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ନ ଆସିବା ପୂର୍ବରୁ ଥାନା ଅଧିକାରୀ ରାଓ ଲୋକଙ୍କୁ ସାମାଜିକ ଦୂରତା ରକ୍ଷାକରିବା , ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଆଦି ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏଥିସହ ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା, ଦୃତ ଗତିରେ ଗାଡି ନଚଳାଇବା .ଲାଗିସଚେତନ କରୁଛନ୍ତି।
ଏ ସବୁ ନିୟମ ମାନିଲେ ନିଜେ ସୁରକ୍ଷିତ ରହିବା ସହ ପରିବାର ଓ ଅନ୍ୟମାନେ ସୁରକ୍ଷିତ ରହିବେ।ଦୋକାନବଜ।ରରେ ଅଯଥା ଭିଡ଼ ନଜମାଇବା ପାଇଁ ପରାମର୍ଶ ଦେଇଥିଲେ । ସର୍ବଦା ସରକାରଙ୍କ କୋଭିଡ଼ ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଥିଲେ ।ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରସଂସା କରାଯାଇଛି ।
କେବଳ ସେତିକି ନୁହେଁ ଗଞ୍ଜେଇ ମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣଯୋଗୁ ସେମାନେ ସାବାଡ ହୋଇଗଲେଣି। ସେହିପରି , ଥାନା ଅଞ୍ଚଳରେ ଏକ ର ଏକ ର ବେଆଇନ ଗଞ୍ଜେଇ ଚାଷ ମଧ୍ୟ ନଷ୍ଟ କରିବାରେ ସମର୍ଥ ହୋଇଛନ୍ତି। ଫଳରେ ବେଆଇନ ଗଞ୍ଜେଇ କାରବାର କମିଯାଇଛି ।
ଥାନ। ଅଧିକାରୀ ରା ଓଙ୍କଏଭଳି କାର୍ଯ୍ୟଶୈଳୀକୁ ପୋଲିସ ଉଚ୍ଚ କତୃପକ୍ଷ ପ୍ରସଂସା କରିବା ସହ ଅନେକଥର ଥାନା ଅଧିକାରୀ ରାଓ ଙ୍କୁ ପୁରସ୍କୃତ କରିଛନ୍ତି।

Leave a comment

Your email address will not be published. Required fields are marked *