#Breaking News

ତିଗିରିଆ ରେ ସାମ୍ବାଦିକ ଉପରେ ଆକ୍ରମଣ, ପରିବାର ସହିତ ଆଠଗଡ ଡ଼ିଏସପି ଅଫିସ ଆଗରେ ଧାରଣା, ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା


ଆଠଗଡ(ଉଲାପ୍ର)କଟକ ଜିଲ୍ଲା ତିଗିରିଆ ବ୍ଲକ ରେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ପରିବାରକୁ ଧମକ ପୂର୍ଣ୍ଣ ଚିଠି ଆସିବା ସହିତ ପରିବାରକୁ ବୋମା ପକାଇ ଉଡାଇ ଦେବେ ବୋଲି ରାଜାବାବୁ ସ୍ୱାଇଁ ନାମକ ଜଣେ ଯୁବକ ଧମକ ଦେବାପରେ ଏବେ ସାମ୍ବାଦିକ ଗୌର ସାହୁଙ୍କ ପରିବାର ତିଗିରିଆ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି,ଗତ ପାଞ୍ଚଦିନ ତଳେ ଏଭଳି ଏକ ଧମକ ପୂର୍ଣ୍ଣ ଚିଠି ଆସିବାପରେ ତିଗିରିଆ ଥାନାରେ ଗୌର ସାହୁ ଏତେଲା ଦେଇଥିଲେ,ହେଲେ ପୋଲିସ ଅଭିଯୁକ୍ତ କୁ ଥାନାକୁ ଡାକି ଥାନାରୁ ଛାଡି ଦେଇଥିବା ବେଳେ ପୁନର୍ବାର ସେହି ଯୁବକ ଗୌର ସାହୁଙ୍କୁ ଧମକ ଦେଉଛନ୍ତି,ଯାହା ଫଳରେ ଗୌରଙ୍କ ପରିବାର ତିଗିରିଆ ପୋଲିସ ଠାରୁ ନ୍ୟାୟ ନପାଇ ଆଠଗଡ ଡ଼ିଏସପି ଅଫିସ ଆଗରେ ପରିବାର ସହିତ ଧାରଣା ଦେଇଥିଲେ, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ଖବର ପାଇ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସମ୍ପାଦକ ସନ୍ତୋଷ ବାରିକ,ବିଜୟ ନାୟକ ଡ଼ିଏସପି ଅଫିସ ଠାରେ ପହଁଚି ଗୌର ସାହୁଙ୍କ ପରିବାର ସହିତ ଆଲୋଚନା କରିଥିଲେ, କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ଡ଼ିଏସପି,ତିଗିରିଆ ଥାନା ଅଧିକାରୀ ଙ୍କ ସହିତ ଫୋନ ରେ ଆଲୋଚନା କରାଯିବା ପରେ ପୋଲିସ ସନ୍ଧ୍ୟା ସୁଧା ଆସମୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗୌର ସାହୁ ଧାରଣାରୁ ଓହରି ଯାଇଛନ୍ତି,ଗଣତନ୍ତ୍ର ର ଚତୁର୍ଥ ସ୍ଥମ୍ଭ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି,ତିଗିରିଆ ପୋଲିସ ଯଦି ଆସାମୀକୁ ଗିରଫ କରିବାରେ ବିଳମ୍ବ ହୁଏ ତେବେ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ତିଗିରିଆ ଥାନାକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *