#Breaking News #Uncategorized

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ବର(ଉଲାପ୍ର)ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଖାରବେଳ ନଗର ଠାରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭର୍ଚୁଆଲ ମାଧ୍ୟମରେ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି . ଅନୁଷ୍ଠିତ ହୋଇଯାଇଥିବା ଭର୍ଚୁଆଲ ସଭାରେ ବକ୍ତାମାନେ ପ୍ରଫେସର ରାଧାମୋହନଙ୍କୁ ସେବା ଓ ସାଧନାର ଜଣେ ଅସାଧାରଣ ଗାନ୍ଧୀପ୍ରାଣ ସରଳ ଉଦଯୋଗୀ ପୁରୁଷ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରକୃତି ପରିବେଶ ଓ ବସ୍ତୁନିଷ୍ଠ ବିକାଶ ନିମନ୍ତେ ସମର୍ପିତ ଥିଲା ତାଙ୍କ ସମଗ୍ର ଜୀବନ । ଉକ୍ତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁବାଷ ସିଂ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ନୀଳୟକାନ୍ତ ମହାପାତ୍ର, ଜାତୀୟ ଚେତନାର ସଂପାଦକ ତପନ ବିହାରୀ ଭଞ୍ଜ, ଶୋଭନୀୟ ଶିକ୍ଷାଶ୍ରମର ଅରୁନ୍ଧତୀ ଦେବୀ , ରାଜ୍ୟ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ପ୍ରଫେସର ରାଧାମୋହନଙ୍କ ସୁକନ୍ୟା ପୁଷ୍ପଭାରତୀ, ଅଧ୍ୟାପକ ଅଭିରାମ ବିଶ୍ବାଳ, ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ବିଜୟ ନାୟକ, ଦିଲ୍ଲୀପ ମିଶ୍ର, ରିନା ରାଉତରାୟ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ରାଧାମୋହନଙ୍କୁ ଜାଣିଥିବା ବହୁ ବ୍ୟକ୍ତିବିଶେଷ ଯୋଗଦାନ କରି ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *