#Breaking News #District

ବର୍ଷ ପରେ ବର୍ଷ ବିତିଲlଣି
ଶିର୍ତ୍ତିଗୁଡ଼ା ବିଦ୍ୟୁତ୍ ପ୍ରକଳ୍ପକାମ ସରିବ କେବେ ?


ଫୁଲବାଣୀ(ସୁନୀଲ ପଟନାୟକ )
କେନ୍ଦ୍ର ସରକାର ଉଦାରତା ଯୋଗୁଁ ୩୦ ଫୁଟ୍ ଜମି ପାଇଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ୧୦୨ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପ l
ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ କନ୍ଧମାଳ, କଳାହାଣ୍ଡି ଜିଲାର
୩ ରୁ ୪ ଲକ୍ଷ ଲୋକ ହେଉଛନ୍ତି ପ୍ରଭାବିତ । ଆମେ କହୁଛୁ କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ା ଗ୍ରୀଡ୍ ଷ୍ଟେସନ କଥା ।
ପ୍ରକଳ୍ପ ସଂଯୋଗୀକରଣ ପାଇଁ ୩୮୨ ଟି ଟାୱାର ନିର୍ମାଣ ହେବାକୁ ଥିବା ବେଳେ ୩୦୨ ଟି ଟାୱାର କାର୍ଯ୍ୟ ଶେଷ ହୋଇଛି ୬୨ଟି
ଟାୱାର ପାଇଁ ଫରେଷ୍ଟ କ୍ଲିୟରାନ୍ସ ପାଇଁ ପଠାଇଥିବା ବେଳେ ୧୪ଟି ଟାୱାର ହୋଇ ପାରୁନାହିଁ l ଯେ ହେତୁ ଗ୍ରୀଡ୍ ଟାୱାର କାମ ଶେଷ ହୋଇପାରୁନାହିଁ ।ଏପଟେ ତିନି ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ପ୍ରଜେକ୍ଟ କୁ
ସହଯୋଗ କରିବାପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

  • ଜଙ୍ଗଲ ବିଭାଗ କ୍ଲିଅରାନ୍ସ ପାଇଁ ୩୦ ଫୁଟ୍ ର ଜମି ଅଧିଗ୍ରହଣ ହୋଇନପାରିବା ରୁ ୩ ରୁ ୪ ଲକ୍ଷ ଲୋକ ହେଉଛନ୍ତି ପ୍ରଭାବିତl କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ା ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ମଧ୍ଯ ଏହାର କାର୍ଯ୍ୟକ୍ଷମକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ୧୦୨ କୋଟି ଟଙ୍କାବ୍ୟୟ ଅଟକଳ ରେ ନିର୍ମିତ ଗ୍ରୀଡ୍ କାର୍ଯ୍ୟ ସମାପ୍ତ ହେଲେ ବାଲିଗୁଡା, କୋଟଗଡ଼, ତୁମୁଡ଼ିବନ୍ଧ ସହ ଆଖ ପାଖ ଆଞ୍ଚଳର ୩ ଲକ୍ଷରୁ
    ଉର୍ଦ୍ଧ୍ବ ଲୋକେ ନିୟମିତ ଉଚ୍ଚ ମାନର ବିଦ୍ୟୁତ୍ ସେବା ପାଇ ପାରିବେ । ବର୍ତ୍ତମାନ ବାଲିଗୁଡ଼ା ଉପଖଣ୍ଡରେ ଲୋ ଭୋଲ୍ଟେଜ୍ ସହିତ ବାରମ୍ବାର ବିଦ୍ୟୁତକାଟ ଯୋଗୁଁ ଲୋକମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ସ୍ଥାନରେ ଓଭର ଲୋଡ ଯୋଗୁଁ ବିଦ୍ୟୁତ୍ ତାର ଛିଣ୍ଡୁଛି, ଆଉ ଟ୍ରାନ୍ସ ଫରମର ପୋଡ଼ୁଛି l ଏଣୁ
    ସିର୍ତ୍ତିଗୁଡ଼ାରେ ତୁରନ୍ତ ଗ୍ରୀଡ୍ କାର୍ଯ୍ୟସାରିବା ପାଇଁ ଗ୍ରାମବାସୀ ଶ୍ୟାମସୁନ୍ଦର ବେହେରା ଦଲେଇ ଓ ବଣେଶ୍ଵର ବେହେରା, ଶଙ୍କର ବେହେରା ଦଳେଇ ( ଗ୍ରାମ ସଭାପତି) ପ୍ରମୁଖ ଦାବୀ କରିଛନ୍ତି l
    ଗତ ୨୦୧୬ ମସିହା ରେ ବାଲିଗୁଡ଼ାରେ ବିଦ୍ୟୁତ୍ ସମସ୍ୟାକୁ ଦେଖି ରାଜ୍ୟ ସରକାର କନ୍ଧମାଳ ଜିଲ୍ଲା ଶିର୍ତ୍ତିଗୁଡ଼ାରେ
    ସବଷ୍ଟେସନ ଗ୍ରୀଡ୍ ନିର୍ମାଣ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରୁ ରାମପୁର ଭାୟା ହୋଇ
    ୨୨୦ /୩୩ କେଭି କରେଣ୍ଟ ବାଲିଗୁଡ଼ାକୁ ଆସିବା ଲକ୍ଷ ରଖାଯାଇ ପ୍ରଜେକ୍ଟ ଆରମ୍ଭ ହୋଇ ୨୦୧୮ ମାର୍ଚ୍ଚ ମାସରେ ଗ୍ରୀଡ୍
    କର୍ଯ୍ୟକ୍ଷମ ହେବାପାଇଁ ଲକ୍ଷ ରହିଥିଲା । 6ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଧା କାର୍ଯ୍ୟକ୍ଷମ ହୋଇପାରୁନି ଗ୍ରୀଡ୍ । ଗ୍ରିଡ୍ କାର୍ଯ୍ୟ
    ଶେଷ ହୋଇଥିଲେ ମଧ୍ୟ ଟାୱାର କାର୍ଯ୍ୟ ଶେଷ ହୋଇପାରୁନି । କେନ୍ଦ୍ର ସରକାର ଙ୍କ ଜଙ୍ଗଲ ଓ ପରିବେଶ ଅନୁମୋଦନ ମିଳୁନଥିବା ରୁ
    କାର୍ଯ୍ୟକ୍ଷମ ହେଇ ପାରୁନାହିଁ ଏହି ବିଦ୍ୟୁତ୍ ପ୍ରକଳ୍ପପ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି ।
    ଏପଟେ ଯଦି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ବାଲିଗୁଡ଼ାରେ ଗ୍ରିଡ୍ କାର୍ଯ୍ୟ ସରିଥିଲେ ମଧ୍ୟ ସେହିଭଲି ପଡିରହିଛି ଏହି ଗ୍ରିଡ୍ ବୋଲି ଅଂଚଳର ବୁଦ୍ଧିଜୀବୀ ନାରାୟଣ ସାହୁ କହିଛନ୍ତି l
    ଅଞ୍ଚଳର ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ସରକର ତୁରନ୍ତ ଏଥ୍ପ୍ରଥ୍ ଧନଦେବା ଜରୁରୀ ହୋଇପଡିଛି । ଯଥାଶୀଘ୍ର ଗ୍ରୀଡ କାର୍ଯ୍ୟକ୍ଷମ ହେଲେ
    ଜିଲାର ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇ ପାରନ୍ତେ l

Leave a comment

Your email address will not be published. Required fields are marked *