#Breaking News

କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ ଚେଲା କୁମାରଙ୍କ କନ୍ଧମାଳ ଗସ୍ତ : କଂଗ୍ରେସର ମହା ମିଶ୍ରଣ ପର୍ଵ ଅନୁଷ୍ଟିତ :


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ କରୋନେସନ ପଡିଆ ଠାରେ କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଏକ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଅନୁଷ୍ଠିତ କରିଥିଲା।ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆପଣେଇ ବିଭିନ୍ନ ଦଳରୁ ଶତାଧିକ ଶିକ୍ଷିତ ମହିଳା ପୁରୁଷ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ.ଚେଲା କୁମାର,ଏ ଆଇ ସିସି ସମ୍ପାଦକ ରୁଦ୍ର ରାଜୁ,ବିଧାୟକ ତାରା ପ୍ରସାଦ ବାହିନୀ ପତି,ବିଧାୟକ ରମେଶ ଚନ୍ଦ୍ର

ଜେନା,ବିଧାୟକ ଦାଶରଥି, ରାଜ୍ୟ ଆଦିବାସୀ ଚେରମ୍ୟାନ ଜ୍ଞାନଦେଵ ମୋହନ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ ଓ ନକୁଳ ନାୟକ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ହୁସେନ ଖାନ, ଜଜ୍ଞଶ୍ୱର ବାବୁ, ମିନାକ୍ଷୀ ବାହିନୀ ପତି,ରାଷ୍ଟ୍ରୀୟ ମଜଦୁର ସଭାପତି ତଥା ଏ ଆଇ ସିସି ସଦସ୍ୟ ଘନ କୁମାର ଶବର,ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡ଼ା,କୈଳାଶ ଚନ୍ଦ୍ର ମୁଖୀ, ରୁଦ୍ର ମଲ୍ଲିକ, ମନୋଜ ଆଚାର୍ଯ୍ୟ , ଶିବାନୀ କଁହର,ପ୍ରତାପ ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଭାପତି ବସନ୍ତ କୁମାର ପାଢୀ, ଅନୁପମ କଁହର ପ୍ରମୁଖଙ୍କ ଉପସ୍ଥିତି ଥିଲେ । ଡ଼ଃ. ଏ.ଚେଲା କୁମାର ବିଜେଡିର ଶାସନ କାଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିବା ସହ ଏହି ସମୟରେ କେବଳ ଦୁର୍ନିତୀ ଓ ଭ୍ରଷ୍ଟାଚାର,ଗୁଣ୍ଡା ଗିରି, ବୃଦ୍ଧି ପାଇଥିବା କହିଥିଲେ । ଏଥି ସହିତ ଆମ ସମସ୍ତଙ୍କୁ ଏକ ହୋଇ ନିଜନିଜ ମଧ୍ୟରେ ସହଯୋଗ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ


ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ସୂର୍ଯ୍ୟକାନ୍ତ ଦାସ, ପ୍ରଫୁଲ୍ଲ ବେହେରା, ମିକା ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି, ନୃସିଂହ ଶତପଥି (ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ପ୍ରତିନିଧି) ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *