#Breaking News

ମୁକ୍ତା ଯୋଜନାରେ ଦଶ କୋଟି ଟଙ୍କା ମୂଲ୍ୟର ଶତାଧିକ ପ୍ରକଳ୍ପ ଅନୁମୋଦିତ


ଫୁଲବାଣୀ (ସୁନୀଲ ପଟନାୟକ )
ସରକାରଙ୍କ ମୁକ୍ତା ଯୋଜନାରେ ଫୁଲବାଣୀ ପୌରପାଳିକାକୁଦଶ କୋଟି ଟଙ୍କା ମୂଲ୍ୟର 135ଟି ପ୍ରକଳ୍ପ ଅନୁ ମୋଦିତହୋଇଛି l
| ଏହି ଯୋଜନା ଦ୍ୱାରା ପୌରାଅଞ୍ଚଳର ବିକାଶ ସହ ୱl ର୍ଡ ରେ ଥିବା ଆବଶ୍ୟକ ଭିତି ଭୂମିର ବିକାଶ ହେବ ଏହି ପ୍ରକଳ୍ପ ମଧ୍ୟରେ କ୍ଷୁଦ୍ର ଉଦ୍ୟମ, ପବ୍ଲିକ୍ ଜିମ୍, ଶିଶୁ କ୍ରୀଡା ଉଦ୍ୟମ ଚାଲିବା ରାସ୍ତା, ଜଳା ସୟ, ଖେଳ ପଡିଆ,ଶୌଚାଳୟ, ରାସ୍ତା କଡ ବିକ୍ରି ସ୍ଥ ଳୀ, ୱ୍ଆର୍ଡ କୁ ରାସ୍ତା ଏବଂ ଡ୍ରେନ୍ ଏହିଭଳି ଅନେକ କାର୍ଯ୍ୟ ଏ ହି ଯୋଜନାରେ କାର୍ଯ୍ୟ ହେବାନେଇ ସ୍ଥିର ହୋଇଛି | ତେଣୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଯୋଜନାକୁ ସମ୍ମାନ ଜଣl ଇ ଗୁରୁବାର ଫୁଲବାଣୀ ଜିଲ୍ଲା ବିଜେଡି ତରଫରୁ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଯୋଜନା ଉପରେ ସୂଚନା ଦିଆ ଯାଇଛି | ଏହି ମୁକ୍ତା ଯୋଜନା ପ୍ରଥମ ପର୍ଯ୍ୟାୟରେ ପୌରାଅଞ୍ଚଳରେ ବହୁ କାର୍ଯ୍ୟକର୍ମ ହେବା ସହ ସାଧାରଣ ଲୋକଙ୍କୁ ରୋଜଗାର ଦେଇପାରିବ ବୋଲି କହିଛନ୍ତି ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ | ଏହି ଯୋଜନା ଘୋଷଣ l ପରେ ବିଜେଡି ର କର୍ମକର୍ତ୍ତା ମାନେ ଫୁଲବାଣୀ ର ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ |ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟ ବାଦ୍ ଦେବା ସହ 5t ସଚୀବ VK ପାଣ୍ଡିଆନ୍ ଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ l
ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଫୁଲବାଣୀ ବିଧାୟକ ଅଙ୍ଗଦ କହ୍ନର, ନଗର ବିଜେଡ଼ି ସଭାପତି ସୁଧୀର କହ୍ନର ସହ ବିଜେଡ଼ି ର ଦଳୀୟ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ |

Leave a comment

Your email address will not be published. Required fields are marked *