#Breaking News #Uncategorized

କରୋନା ଯୋଗୁଁ ଘରେ ଘରେ ପାଳିଲେ ସାବିତ୍ରୀ ପୂଜା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ସାବିତ୍ରୀ ପୂଜା ଅବସରରେ ସବୁ ଧର୍ମାନୁଷ୍ଠାନରେ ଲାଗିଛି କରୋନା କଟକଣା ।ସେ ନେଇ ସହରର ଥିବା ବିଭିନ୍ନ ମନ୍ଦିର ପରିସର ଗୁଡିକ ପୁରା ଖାଁ ଖାଁ ରହୁଥିବା ଦେଖିବାକୁ ମିଳିଛି । ମହିଳା ଭକ୍ତ ମାନେ ମନ୍ଦିର ବାହାରେ ରହି ପୂଜା କରିଥିଲେ । ବର୍ତ୍ତମାନ କରୋନା କଟକଣା ରହିଥିବାରୁ ସାବିତ୍ରୀ ପୂଜା ଫିକା ପଡିଥିଲା । କରୋନା କଟକଣା ପାଇଁ ସହରର ଧର୍ମାନୁଷ୍ଠାନ ଗୁଡ଼ିକରେ ଲାଗିଛି ବହୁ କଟକଣା । ସେଥି ସକାଶେ ସମସ୍ତ ସଧବା ନାରୀଗଣ ନିଜ ନିଜର ସ୍ଵାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ନିଜ ଘରର ଆଖପାଖରେ ଥିବା ଓସ୍ତ ବୃକ୍ଷ ମୂଳକୁ ଯାଇ ସାମାଜିକ ଦୂରତା ପ୍ରତି ବିଶେଷ ଦୃଷ୍ଟି ଦେଇ ଆଜିର ପବିତ୍ର ସାବିତ୍ରୀ ଅମାବାସ୍ୟାରେ ପୂଜାର୍ଚ୍ଚନା କରିଥିଲେ । ଏଥି ସହିତ ନିକଟରେ ଥିବା ମନ୍ଦିରକୁ ଯାଇ ବାହାରୁ ଦର୍ଶନ କରି ଫେରିଥିଲେ ।ଆଜିର ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ସଧବା ମହିଳା ମାନେ ଉପବାସ କରି ନିଜ ସତ୍ୟବାନ୍ ମାନଙ୍କ ପାଇଁ ଶ୍ରଦ୍ଧା , ଭକ୍ତି ଓ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ବିଶ୍ବାସ ଯେ, ସ୍ଵାମୀଙ୍କର ମଙ୍ଗଳ ହେଲେ ପରିବାରର ମଙ୍ଗଳ ହେବା ସହ ସୁଖ ଶାନ୍ତିରେ ପରିବାର ଚଳିବ । ଏହି ପର୍ବରେ ଠାକୁରଙ୍କ ପୂଜା ପରେ ସ୍ଵାମୀଙ୍କୁ ପୂଜା କରି ଭୋଗ ଲାଗିଥିବା ଫଳମୂଳ ଦିନ ତମାମ ଖାଇ ରହନ୍ତି । ସେହିପରି ବାଲିଗୁଡା ରେ ଥିବା କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି l ବାଲିଗୁଡା କିନ୍ନର ସଂଘ ର ସଭାପତି ବିଷ୍ଣୁ ପ୍ରିୟା ପ୍ରଧାନ ଏହା ଆୟୋଜନ କରିଥିବା ବେଳେ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଏବଂ ଏହାର ମୁଖ୍ୟ ଉଦେଶ୍ୟ ଥିଲା ଯେ, ସମସ୍ତ ନାରୀ ମାନଙ୍କର ସତୀତ୍ୱ ରହିବ ଏବଂ ସମାଜରେ ନାରୀ ର ସମ୍ମାନ ସହ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରିଥିଲେ ଏବଂ ଭଗବାନ ଙ୍କ ପାଖରେ ଏହି କରୋନା ଟି କେମିତି ସମସ୍ତଙ୍କ ଠାରୁ ଦୁରେଇ ରହୁ ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

Leave a comment

Your email address will not be published. Required fields are marked *