#Breaking News

ଆବାସ ଯୋଜନା ଦୁର୍ନିତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଳକ ଘେରାଓ

ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲା ବିଜେପି ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ଫୁଲବାଣୀ ବ୍ଳକ ଘେରାଓ ସହିତ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଗରିବ ହିତାଧିକାରିଙ୍କୁ ନ ମିଳିବା,ଟଙ୍କା ଲାଞ୍ଚ ନଦେଲେ ହିତାଧିକାରି ଘର ପାଇବାରୁ ବଞ୍ଚିତ ହେବା,ପ୍ରଧାନମନ୍ତୀ ଆବାସ ଯୋଜନା ଫଳକ ନିକଟରେ ମୁଖ୍ୟମନ୍ତୀଙ୍କ ଫଳକ ରହିବାକୁ ନେଇ ବିଜେଡି ଉପରେ ବର୍ଷିଛି ଦଳ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ଜିଲ୍ଲା ସଭାପତି ଜଗନାଥ ସାହୁ ପ୍ରକାଶ କରିଛନ୍ତି ।ଏହି ବ୍ଳକ ଘେରାଓରେ ଜିଲ୍ଲା ସାଧାରଣ ସଂମ୍ପାଦକ ଦେବେନ୍ଦ୍ର କୁଦେଇ,ରାଜ୍ୟ ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର , ବିଜେପି ନେତା ରମେଶ ମହାନ୍ତି ପ୍ରମୁଖ ସହିତ ଶତାଧିକ ନେତା ଓ କର୍ମି ଯୋଗଦେଇଦୀର୍ଘ ସମୟ ଧରି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ।କରୋନା କଟକଣାକୁ ମାନି ଘେରାଓ କରିବା ସହିତ ଫୁଲବାଣୀ ବିଡ଼ିଓଙ୍କୁ ଦାବୀ ପତ୍ର ଦେଇଥିଲେ lଏହି ଘେରାଉ ରେ ବହୁ ସଂଖ୍ୟା ରେ ମହିଳା କର୍ମୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *