#Uncategorized

ବନ ବିଭାଗର ଖେଳ ଲୋକଙ୍କୁ ହୋଇଛି କାଳ

ଆଠଗଡ ରେ ବଜ୍ରକାପ୍ତା ଖୋଜା ଏମିତି ଏକ ରୋଚକ ମୋଡ଼କୁ ଗଲାଣି ପ୍ରତିଦିନ କିଛିନା କିଛି ଲୋକଙ୍କୁ ବନବିଭାଗ ଗିରଫ କରିଛି,ଏହି ଘଟଣାରେ 16 ଜଣରୁ ଅଧିକ ଲୋକ ଗିରଫ ହେଲେଣି,ସବୁଠାରୁ ମଜା କଥା ହେଉଛି ବନବିଭାଗ ବଜ୍ରକାପ୍ତା କୁ ଧରିବା ପାଇଁ ଅର୍ଥ ରାଶି ଘୋଷଣା କରିଛି, ଅନ୍ୟ ପକ୍ଷରେ ଯେଉଁମାନେ ଗିରଫ ହୋଇ ଜେଲରେ ରହିଛନ୍ତି ସେମାନଙ୍କୁ ବନ ବିଭାଗ ରିମାଣ୍ଡରେ ଆଣି ପଚରା ଉଚରା କଲାବେଳେ ସେମାନେ ଅନ୍ୟ ନାମ ମଧ୍ୟ କହିବା ଆରମ୍ଭ କଲେଣି,ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଆଠଗଡ ବଢ଼େଇ ତୋଟା ଗ୍ରାମରେ,ଜେଲରେ ଗିରଫ ହୋଇ ରହିଥିବା ଜଣେ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ କହିବାରୁ ବନବିଭାଗ ଜଣେ ଶିକ୍ଷୟିତ୍ରୀ ଙ୍କ ସ୍ୱାମୀକୁ ଉଠାଇ ଆଣିଛି ବଜ୍ରକାପ୍ତା ଘଟଣାରେ,ଆଗକୁ ଆହୁରି ଏମିତି କେତେ ଗିରଫ ନହେବେ କେହି କହି ପାରିବେ ନାହିଁ, ନିରୀହ ଲୋକ ଗୁଡାକୁ ଉଠାଇ ଆଣି ଆଠଗଡ ମହିଳା DFO କଂଣ୍ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତାହା ତାଙ୍କୁ ଜଣା, ହେଲେ ଏହାର ପରବର୍ତ୍ତୀ ଅବସ୍ଥା ଏକ ଆନ୍ଦୋଳନ ଆଡକୁ ମୁହାଁ ଉଛି ଏଥିରେ ସନ୍ଦେହ ନାହିଁ,ଏ ମହିଳା ଏଠାରୁ ବିଦା ନହେବା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଲାଭଳି ଲାଗୁନାହିଁ,ବଜ୍ରକାପ୍ତା ଘଟଣାରେ କେତେ ଯେ ନିରୀହ ବ୍ୟକ୍ତି ବର୍ତ୍ତମାନ ବଳି ପଡିବେ ତାକୁ ଦେଖିବାକୁ ବାକି ରହିଲା,ଏ ମହିଳା DFO ଜଣଙ୍କ ନିଜକୁ ଜଣେ ସଚୋଟ ପଦାଧିକାରୀ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନଚେତ ସେ ଜାତୀୟ ସ୍ତରରେ ବଜ୍ରକାପ୍ତା ଘଟଣା ରେ ଚର୍ଚ୍ଚିତ ହେବାକୁ ଚାହୁଁଛନ୍ତି।

Leave a comment

Your email address will not be published. Required fields are marked *