#Breaking News

ବାଲ୍ୟବିବାହ ରୋକିଲା ଚାଇଲଡ଼ଲାଇନ


ଫୁଲବାଣୀ- (ସୁନୀଲ ପଟନାୟକ)
ବ୍ୟାପକ ସଚେତନତାସତ୍ତ୍ଵେ କନ୍ଧମାଳ ଜିଲ୍ଲାରେ ବାଲ୍ୟବିବାହ ରୋକିବାର ନାଁ ନେଉନି । କୌଣସି ସୁତ୍ରରୁ ଖବର ପାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକ।ରି ଓ ପୋଲିସର ମିଳିତ ସହାୟତାରେ ଆଜି ଚାଇଲଡ ଲାଇନ ସଦସ୍ୟମାନେ କୋଟଗଡ଼ 6ର ବିବାହ ପାଇଁ ନାବାଳକ ଓ ନାବାଳିକା ଉଦ୍ୟମ କରୁଥିବାବେଳେ ଏହାକୁ ରୋକିଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଡୁମରି ସାହିର ଜଣେ ନାବାଳିକାକୁ କୋଟଗଡ଼ ଅଞ୍ଚଳର ଜଣେ ନାବାଳକ ପ୍ରେମ କରୁଥିଲା ଆଉ ବିବାହ କରିବ ବୋଲି ନାବାଳିକା ପ୍ରେମିକାକୁ ନିଜ ଘରେ ଆଣି ଏକ ସପ୍ତାହ ହେଲା ଲୁଚାଇ ରଖି ବିବାହ କରିବାଲାଗି ପ୍ରସ୍ତୁତି କରୁଥିବା ଖବର ପାଇବା ପରେ ଚ।ଇଲଡ଼ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସଦସ୍ୟ ଦିଲିପ ଦାସ, ରାଜଲକ୍ଷ୍ମୀ ମହାଙ୍କୁ ଡ., ସିଡିପିଓ ଅନୀତା ଦାସ, ସୁପରଭାଇଜର ଅଞ୍ଜଳି ପ୍ରଧାନ, ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ଆଉ ବାଲ୍ୟବିବାହ ନିରୋଧ ଆଇନ ଓ ବାଲ୍ୟବିବାହ ର କୁ ପରିଣାମ ସଂପର୍କରେ ବୁଝାଇଥିଲେ । ସେମାନେ ସେମାନଙ୍କ ଭୂଲ ବୁଝିଥିଲେ ଓ ୧୮ ବର୍ଷ ପରେ ବିବାହ କରିବେ ବୋଲି ଉଭୟ ପରିବାର ଲୋକେ ଲିଖିତପ୍ରତିଶୃତି ଦେଇଥିଲେ। ତେବେ ଚାଇଲଡଲାଇନ ପକ୍ଷରୁ ଏହି ଦୁଇଜଣ ନାବାଳକ ନାବାଳିକା ଙ୍କୁ ଶିଶୁ ମଙ୍ଗଳକମିଟିରେ ହାଜର କରିବାପରେ ନାବାଳକକୁ ପିତା ମାତା ଜିମା ଦେଇଥିବା ବେଳେ.ନାବାଳିକାକୁ ଶିଶୁ ଯତନଗୃହ ସୁଭଦ୍ରା ମହତାବ ସେବାସଦନକୁ ପଠାଯାଇଥିବା ଶିଶୁମଙ୍ଗଳକମିଟି ଅଧ୍ୟକ୍ଷ କହିଛନ୍ତି ।

Leave a comment

Your email address will not be published. Required fields are marked *