#Breaking News #Uncategorized

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କଲା ଓଡ଼ିଶା ରାଜ୍ୟ ଔଷଧ ନିଗମ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛି । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା ।

୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ ପ୍ରାଇସ୍ ବିଡ୍ ଖୋଲିବ । ବିଡ୍ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ୍ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲ୍ ରେଜିଷ୍ଟ୍ରେସନ୍ କରିବେ । ଏଥିପାଇଁ ଡିଜିଟାଲ୍ ସିଗ୍ନେଚରର ଆବଶ୍ୟକତା ରହିଛି । ଏହାକୁ ଷ୍ଟେଟ ପ୍ରକ୍ୟୁରମେଣ୍ଟ ସେଲ୍ ଭେରିଫାଏ କରିବ ।

ବିଡ୍ ପାଇଁ କମ୍ପାନୀକୁ ପ୍ୟାନ୍ କାର୍ଡ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଜିଏସଟି ସାର୍ଟିଫିକେଟ୍, ଦେବେ । ଏହାକୁ ପ୍ରକ୍ୟୁରମେଣ୍ଟ ସେଲ୍ ଯାଞ୍ଚ ପରେ ଅନୁମତି ଦେଲେ ଅନଲାଇନ୍ ବିଡିଂରେ ସଂସ୍ଥା ଅଂଶଗ୍ରହଣ କରିପାରିବ । ୨ ଡିଗ୍ରୀ ସେଲସିୟସରୁ -୮ ଡିଗ୍ରୀ ସେଲସିୟସ୍ ଟିକା ନେଇ ଓଡ଼ିଶା ବିଡ୍ ଆହ୍ୱାନ କରିଛି । ଓଡ଼ିଶା ସରକାର ମୋଟ ୩ କୋଟି ୮୦ ଲକ୍ଷ ବା ୩୦ ମିଲିୟନ୍ ଟିକା ବିଦେଶରୁ କିଣିବେ ।

ବିଜ୍ଞପ୍ତି ଅନୁସାରେ, ଟେଣ୍ଡର ପାଇଥିବା କମ୍ପାନୀ ଚୁକ୍ତିର ପ୍ରଥମ ୩୦ ଦିନ ମଧ୍ୟରେ ୭୫ ଲକ୍ଷ ଡୋଜ୍ ଟିକା, ୬୦ ଦିନ ମଧ୍ୟରେ ୨ କୋଟି ୨୫ ଲକ୍ଷ ଡୋଜ୍ ଟିକା, ୯୦ ଦିନ ମଧ୍ୟରେ ୩ କୋଟି ୭୫ ଲକ୍ଷ ଟିକା ଏବଂ ୧୨୦ ଦିନ ମଧ୍ୟରେ ୩ କୋଟି ୮୦ ଲକ୍ଷ ଟିକା ଯୋଗାଣ କରିବ । ୪ଟି ପର୍ଯ୍ୟାୟରେ ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଅଲଗା ଅଲଗା ପର୍ଚେଜ୍ ଅର୍ଡର ଦେବ ।

ଟିକା ରିସିପ୍ଟର ୨ ଦିନ ମଧ୍ୟରେ ଭାରତୀୟ ମୁଦ୍ରାରେ ସମସ୍ତ ପେମେଣ୍ଟ କରାଯିବ । ସମସ୍ତ ପର୍ଚେଜ୍ ଅର୍ଡର ଲାଗି ସରକାର ୩୦ ପ୍ରତିଶତ ଅର୍ଥ ଆଗୁଆ ଦେବେ । ଡିସିଜିଆଇ ଅନୁମତି ଦେଇଥିବା ଟିକା ସରକାର ଆମଦାନୀ କରିବେ ।

Leave a comment

Your email address will not be published. Required fields are marked *