#Breaking News #District

ଫୁଲବାଣୀ ରେ ପ୍ରାଣୀ ଚିକିତ୍ସକ ଙ୍କ ଧାରଣା ଦଶ ଦିନରେ, ପ୍ରାଣୀ ଚିକିତ୍ସା ଠପ୍

 

ଫୁଲବାଣୀ( ସୁନୀଲ ପଟନାୟକ)

ବିଭିନ୍ନ୍ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଧାରଣା ରେ ବସିଥିବାରୁ ପ୍ରାଣୀ ପାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚିକିତ୍ସା ଅଭାବରୁ ଗାଈ, ଗୋରୁ, ମେଣ୍ଢା, ଛେଳି, କୁକୁଡା, କୁକୁର ଆଦି କେତକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ସେମାନଙ୍କ ଧାରଣା ଆଜିକୁ ଦଶ ଦିନରେ ପହଞ୍ଚିଛି l ତେବେ ସରକାର ଏଯାଏଁ ସେମାନଙ୍କ ଦାବୀ ପୂରଣ କରୁନଥିବା

ସଂଘ ସଭାପତି ଡା. ଆଶିଷ ଦୋରା ସାଧାରଣ ସମ୍ପାଦକ ଡା. ନିହାର ମିଶ୍ର, ଓ ଜିଲା ସଂଯୋଜକ ଡା. ରଞ୍ଜିତ ସାମନ୍ତସିଂହାର ପ୍ରମୂଖ ସାମ୍ବାଦିକ ଙ୍କୁ କହିଛନ୍ତି l

ସେମାନଙ୍କ ଦାବୀ ମଧ୍ୟରେ ଚାକିରି କ୍ଷେତ୍ର ରେ ପଦନ୍ନୋତି ସୁବିଧା, ଖାଲି ଥିବା ଡାକ୍ତର୍ ପଦବୀ ଓ କର୍ମଚାରୀ ପଦବୀ ପୂରଣ, ସହ ପ୍ରାଣୀ ପାଳକ ମାନଙ୍କୁ ଦିବା ରାତ୍ର ସେବା ପ୍ରଦାନ, ନିଶୁଳ୍କ ସେବା ସୁବିଧା, ରେଫରାଲ ସୁବିଧା ସହ ଦ୍ଵାର ଦେଶ ରେ ସେବା ପ୍ରଦାନ କରିବା ଦାବୀ ଅନ୍ତର୍ଭୁକ୍ତ l

ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଦିଗରେ ସହୃଦୟତାର ସହିତ ବିଚାର କରିବା ପାଇଁ ସଂଘ ସଭାପତି ଡା ଆଶିଷ ଦୋରା, ସମ୍ପାଦକ ଡା ନିହାର ମିଶ୍ର କହିଛନ୍ତିl

Leave a comment

Your email address will not be published. Required fields are marked *