#Breaking News

ଫୁଲବାଣୀ ରେଓଡ଼ିଶାପୃଷ୍ଟି ମହୋତ୍ସବ ଅନୁଷ୍ଠିତ


ଫୁଲବାଣୀ (ସୁନୀଲ ପଟନାୟକ)
ଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମପଞ୍ଚାୟତର ଶ୍ରାସାନଣ୍ଡା ଗ୍ରାମରେ ଓଡିଶା ଜିବୀକା ମିଶନ, ମିଶନ ଶକ୍ତି, ମହିଳା ଓ ଶିଶୁ ବିଭ।ଗ, ଓସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଓଡ଼ିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଗତ ଡିସେମ୍ବର୬ରୁ୧୨ ଯାଏ ସପ୍ତାହବ୍ୟାପୀ ଏହି ମେଳା ପ୍ରତି ପଞ୍ଚାୟତ ଅଧିନ ଗ୍ରାମରେ ଅନୁଷ୍ଠିତ ହେବ । ମେଳାରେ
ଲୋକମାନଙ୍କୁ ଶସ୍ୟ ଜାତୀୟ ,ଡ଼ାଲି ଜାତୀୟ, ମଞ୍ଜି ଜାତୀୟ, ମାଛ, ମାଂସ, ଭିଟାମିନ ଏ ଥିବା ପନୀ ପରିବା, ଶାଗ, ଫଳ ଓ ଦୁଗ୍ଧଜାତୀୟ, ଦ୍ରବ୍ୟ 6ର କିଭଳି ଓ କେଉଁ ଧରଣର ପୃଷ୍ଟିସାର ରହିଛି ଓ ଏହାର ଉପକାରିତାସଂପର୍କରେ ଲୋକମାନଙ୍କୁବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଡିଓ ଶାନ୍ତନୁ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସର୍ବଦା ପୃଷ୍ଟି କର ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ବିଭିନ୍ନ ମାର।ତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିବ ଏଣୁ ସମସ୍ତେ ଯଥାସମ୍ଭବ ପୁଷ୍ଟିକର ଖାଦ୍ୟଖାଇବା ଲାଗି ପରାମର୍ଶ ଦେଇଥିଲେ ମୁଖ୍ୟଅତିଥି ନା ଏକ, I ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଜିବିକା ମିଶନର ସବିତା ସୁବୁଦ୍ଧି, ପ୍ରଦାନ ସଂସ୍ଥାର ଅନୁ ସ୍ମିତା ପଣ୍ଡା, ଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଓ ମହିଳା ସଂଘ ପ୍ରତିନିଧିମାନେ ଯୋଗଦେଇ ପୃଷ୍ଟି କର ଖାଦ୍ୟ, ସ୍ଵାସ୍ଥ୍ୟ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷିମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନବାଡି କର୍ମୀ .ଆଶା କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *