#Breaking News

କରେ।ନା ଭୟ ବ୍ଳକ କାର୍ଯ୍ୟାଳୟ କୁ ବିଡିଓ ଆସୁନାହ।ନ୍ତି


ଫୁଲ ବାଣୀ-(ପିଏନଏସ) କରେ ।ନାଭୟ ଏବେ ସମସ୍ତଙ୍କୁ ଘାରିଛି । ବ୍ଲକକୁ ବିଡିଓ ଆସୁନାହଁ।ନ୍ତି ଜମା, ଫଳରେ ବିଭିନ୍ନ କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ବ୍ଳକ ଅଫିସ ଆସି ଅପେକ୍ଷା କରି କରି ଫେରୁଛନ୍ତି । ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ।
ଦିନେ କି ଦୁଇ ଦିନ ନୁହେଁ ଗଲା ୧୦ ଦିନରୁ ଅଧିକା ହେବ ବିଡିଓବ୍ଳକ ଅଫିସ ଆସିନାହାନ୍ତି । ତେବେ ସରକାରି ବାସ ଭବନରେ ରହି ଜରୁରୀ ଅଫିସ କାମ କିଛି କିଛି କରୁଥିବା ଜଣାପଡିଛି ।
ବ୍ଳକରେ କିଛି କର୍ମଚାରୀ ଓ ଯନ୍ତ୍ରୀ କରୋନାରେ ସଂକ୍ରମିତ ହେବାପରେ ବୋଧହୁଏ କରୋନା ସଂକ୍ରମଣ ଆଶଙ୍କ।କରି ବାସ ଭବନରେ ରହୁଥିବା ଶୁଣିବାକୁ ମିଳୁଛି । ତେବେ ଏନେଇ ପଚାରିବାରେ ସେ ସାମାନ୍ୟ ଅସୁସ୍ଥ ଥିବା କହିଛନ୍ତି ।
ହେଲେ ଅସୁସ୍ଥ ଯୋଗୁ ଛୁଟି ନେଇ ପାରିଥାନ୍ତେ ସେ କିନ୍ତୁ ଛୁଟିରେ ନ ରହିବାସ ଭବନରେ ରହି କାର୍ଯ୍ୟକରୁଥିବା ନେଇ ସ୍ଥାନୀୟ କିଛି ଲୋକ ନାପସନ୍ଦ କରିଛନ୍ତି ।
ବିଡିଓ ନିୟମିତ ଅଫିସ୍ ନ ଆସିବା ଫଳରେ ଉନ୍ନୟନ୍ନ ମୂଳକ କାମ କିଛିଟା ବାଧାପ୍ରାପ୍ତ ହେଉଥିବା କୁହାଯାଉଛି।
ସେହିପରି ଶନିବାର ଓ ରବିବାର ସଟ ଡାଉନ ବେଳେ ବିଡିଓ ସଦର ମହକୁମାରେ ରହିବା ନିୟମ ଥିଲେ ମଧ୍ୟ ସେ ନିଜ ଗ୍ରାମଫରିଙ୍ଗିଆ ଚାଲି ଯାଉଥିବା ଅଭିଯୋଗ ହେଉଛି ।
ତେବେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନ ୟନ୍ନ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଜରୁରୀ ।

Leave a comment

Your email address will not be published. Required fields are marked *