#Breaking News #Uncategorized

କନ୍ଧମାଳ — ଆଜି ଫୁଲବାଣୀରୁ ୧୨ ଓ ଜିଲ୍ଲାରେ ୧୦୨ନୁତନ କରୋନାପଜିଟିଭ ଚିହ୍ନଟ


ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା ଆଜି ପୁଣି ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଶୁକ୍ରବାର ଜିଲ୍ଲାରେ ୧୦୨ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲ ବାଣୀ ସାହି ଓ ମାଷ୍ଟ୍ରପଡ଼ାରୁ ଦୁଇ ଜଣ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଗଣେଷ ବଜାର, ଗାନ୍ଧି ଛକ ,ମୂର୍ତ୍ତିକା ସଂରକ୍ଷଣ ବିଭାଗକଲୋନୀ, ମୋଚିସାହି , ସଗଡିଆ ସାହି, କେନ୍ଦୁପଦର, Dhhଫୁଲବାଣି, ଟିଚର ସ କଲୋନୀ, ରୁ ଜଣେ ଲେଖାଏଁ କରେ ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଫୁଲବାଣୀ ସହରରେ ମାଇକ୍ରୋକଣ୍ଡେନମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ସହରବାସୀ ମଧ୍ୟ ଘରୁପଦାକୁ ବାହାରିବା ପାଇଁ ଡରିଲେଣି।

ସେହିପରି ଶୁକ୍ରବାର ବାଲିଗୁଡ଼ା ସହରରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକର ୧୦ଜଣ, ,ଦ।ରିଙ୍ଗବାଡି ୪,ଜଉଦୟଗିରି ୬ ,କନୁଆଗାଁ ୫..ଖଜୁରିପଡା ୫, ଫିରିଙ୍ଗିଆ ୧୦, ତୁମୁଡିବନ୍ଧ ୫, କୋଟଗଡ ୪ଓ ଚକାପାଦ ରୁ ୭ଜଣ, ଟିକାବାଲି ୭ଓରାଇକିଆ ବ୍ଳକ ରୁ ୫ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡି ମୋହନଗିରିର ୮ ଜଣ ଓ କନ୍ଧମାଳର ବାହାରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୧୦୨ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮୩୮ଜଣପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭୫୯୫ କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ୬୭୨୦ ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୭ ଜଣ ଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।

.

Leave a comment

Your email address will not be published. Required fields are marked *