#Breaking News

ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ୨୦୨୧ ପାଳିତ

ଢେଙ୍କାନାଳ(ଉଲାପ୍ର)ଶନିବାର ଦିନ ଉତ୍କଳମଣି ଆଦର୍ଶ ସେଚ୍ଛାସେବୀ ଅନୁଷ୍ଠାନ କାଶିଆଡିହିର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ ” ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ” ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ,ଢେଙ୍କାନାଳ ଠାରେ ମହାସମାରୋହରେ ପାଳନ ହୋଇଯାଇଅଛି । ଏହି ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି , ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ଦେଳଇ ମୁଖ୍ୟ ବକ୍ତା , ବରିଷ୍ଠ ଆଇନ୍‌ଜୀବୀ ଓ ସମାଜସେବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ ଅନ୍ୟତମ ମୁଖ୍ୟବକ୍ତା , ରିଡର ପଲିଟିକାଲ୍ ସାଇନ୍ସ ମାନସୀ କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ସାରଗର୍ଭକ ଭାଷଣ ମାଧ୍ୟମରେ କଳାକାର ଓ ଦର୍ଶକମାନଙ୍କୁ ଆପ୍ୟାୟତ କରିଥିଲେ । ଏହି ଅବସରରେ ସୁସଙ୍ଗୀତ ମହାବିଦ୍ୟାଳୟର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଶ୍ରୀ ରାସବିହାରୀ ଦେହୁରୀଙ୍କ କଳାନୈପୁଣ୍ୟତାର ଝଲକ କଳାକାରମାନଙ୍କଠାରେ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଦେଉଳସାହିର ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ଶିବାନୀ ନନ୍ଦଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମୁଖ୍ୟ ଅତିଥ୍ ସମ୍ମାନିତ କରିଥିଲେ । ସୁର୍ ସଙ୍ଗୀତର ସମସ୍ତ କଳାକାର ତଥା ଆଂଚଳିକ କଳାକାରମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ପରିଡା ସଭା ପରିଚାଳନା କରିଥିଲେ । ଅଜୟ କୁମାର ସାହୁ ମଂଚ ପରିଚାଳନା କରିବା ସହିତ ଝରଣା ସାହୁ , ସାଗରିକା , ମକୁନ୍ଦ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ଆଡ୍‌ଭୋକେଟ୍ ନିରୁପମା ପରିଡା ଅତିଥିମାନଙ୍କୁ ଉତ୍ସବରେ ଯୋଗଦେଇଥିବାରୁ ତଥା ସମସ୍ତ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a comment

Your email address will not be published. Required fields are marked *