#Breaking News

ଗୋବିନ୍ଦପାଲି ରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ


ବରଗଡ଼: ବରଗଡ଼ ପୌର ପରିଷଦ ର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲି କୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖ ରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା ଉପରେ ବହୁଛି । ଏହାକୁ ନେଇ ଅନେକ ଥର ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ଫଳ ମିଳୁନଥିବାରୁ ନିରାଶ ହୋଇ ଫେରିଛନ୍ତି । ଏହି ଡ୍ରେନ ନିର୍ମାଣ ପାଇଁ ଆମ୍ ଆଦମୀ ପାର୍ଟି ର ମହିଳା ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ କରି ପୌର ନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମରିୟମ ବାର୍ଳା ଓ ପଡା ର ମହିଳା ମାନେ ଏହି ଦାବି ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *