#Breaking News

ବିଶ୍ୱଶାନ୍ତି ପାଇଁ ଶ୍ରୀମତ ଭଗବତ ଗୀତା ଯଜ୍ଞ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
କରୋନା ପ୍ରକୋପ ସହ ବିଶ୍ୱ ସମୁଦାୟ ରେ ଶାନ୍ତିର ଆହ୍ୱାନ କରି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମ ପଞ୍ଚାୟତ ର କୁଲୁତା ଟିକ୍ରା ପୁଆଲପୁଡା ଗ୍ରାମବାସୀ ଗୁରୁବାର ଗୀତାଯଜ୍ଞ କରି ହୋମ ପୂର୍ଣ୍ଣାହୁତି ଦେଇଛନ୍ତି।
ଗତ ବର୍ଷ କରୋନା କବଳରେ ବିଶ୍ୱର ଜନସାଧାରଣ ଡହଳ ବିକଳ ହେଉଥିବା ବେଳେ ଏହି ଗ୍ରାମବାସୀ ବିଶ୍ୱବାସୀଙ୍କୁ ଶାନ୍ତି ମୈତ୍ରୀ ଫେରାଇ ଆଣିବାକୁ ଆରମ୍ଭ କରିଥିଲେ ଶ୍ରୀମତ ଭଗବତ ଗୀତା ଯଜ୍ଞ । ଏହାକୁ ପାଥେୟ କରି ଚଳିତ ବର୍ଷ ବି ଅନବରତ ଗୀତ ପାଠ ହୋମ ଯଜ୍ଞ କରି ପ୍ରତି ବର୍ଷ କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ନଭେମ୍ବର ୨୨ତାରିଖ ଆରମ୍ଭ ହୋଇଥିଲା ଏହି ଯଜ୍ଞ। ଚଳିତ ବର୍ଷ ରାଜେନ୍ଦ୍ର ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୁଭଳୟା ଭୋଇ କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ପଣ୍ଡିତ ରାକେଶ ମିଶ୍ରଙ୍କ ନେତୃତ୍ୱରେ ସପ୍ତ ପଣ୍ଡିତ ମନ୍ତ୍ରପାଠ କରିଥିଲେ ।

Leave a comment

Your email address will not be published. Required fields are marked *