#Breaking News

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

ଭୁବନେଶ୍ୱର, ୨୨/୧ : ଆଜି ଭୁବନେଶ୍ବରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର MRI SCAN କରାଇନେବା ଉଚିତ । MRI SCAN ଦ୍ବାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ । ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ମସ୍ତିଷ୍କ ରୋଗ ଆରୋଗ୍ୟସାଧ୍ୟ । ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ । ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ ସେମାନେ ସୁସ୍ଥ ହୋଇ ଚାଲିଯାଇଥିଲେ । ଏବେ ସେମାନେ ସ୍ବାଭାବିକ ଜୀବନଯାପନ କରୁଛନ୍ତି । ସେ କହିଛନ୍ତି ଯେ ୧୫ରୁ ୧୬ ବର୍ଷ ବୟସରେ ପିଲାମାନେ ଏକ ପ୍ରକାର ହାଡ଼ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାକୁ ସାର୍କୋମା କୁହାଯାଏ । ଏହା ସାଧାରଣତଃ ପିଲାମାନଙ୍କ ହାଡ଼ କିମ୍ବା ହାଡ଼ର ଆଖପାଖରେ ଦେଖାଯାଇଥାଏ | ଏହା ଯୋଗୁଁ ପିଲାମାନେ ଖେଳୁ ଖେଳୁ ପଡ଼ିଯାନ୍ତି ବା ମୂର୍ଚ୍ଛା ହୋଇଯାଆନ୍ତି । ଆମେ ଭାବୁ ଖେଳିବା ଯୋଗଉଁ କିମ୍ବା କ୍ରିକେଟ ଖେଳିଲା ବେଳେ ବଲ୍ ବାଜି ସେମାନେ ଏମିତି ପଡ଼ିଯାଇଥାନ୍ତି । କିନ୍ତୁ ତାର ଅସଲ କାରଣ ଅଲଗା । ଆମେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ୍ । ଆମେ ଯଦି ଆରମ୍ଭରୁ କ୍ୟାନ୍‌ସର ଭଳି ରୋଗର ଚିକିତ୍ସା କରିପାରିବା, ତାହେଲେ ଏହା ମୂଳରୁ ନିପାତ ହୋଇପାରିବ । ଭାରତରେ ଆମେ ଏହି ରୋଗକୁ ସଠିକ୍ ଭାବେ ଧରିବାରେ ସକ୍ଷମ ହୋଇନାହୁଁ । ତେଣୁ ଏହା ଏକ ବଡ଼ ରୋଗ ହୋଇଯାଉଛି, ଯାହା ପାଇଁ ସବୁଠାରୁ ବଡ଼ ଚିକିତ୍ସା ଦରକାର ହୋଇଥାଏ । ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି ଯେ ଏହି ରୋଗର କିପରି ଆରମ୍ଭରୁ ଚିକିତ୍ସା କରାଯାଇ ଏହାର ମୂଳୋତ୍ପାଟନ କରିବା । ମୁଁ ବହୁତ ଖୁସି ଯେ ଗଲା ୧୮ ବର୍ଷ ଧରି ବିଦେଶ ଛାଡ଼ି ଦେଶରେ ସେବା କରୁଛି ।

Leave a comment

Your email address will not be published. Required fields are marked *