#Breaking News

ବାଲିଗୁଡ଼ାବ୍ଲକ ରେ ୮୧.୨୩ ପ୍ରତିଶତ ମତଦାନ


ଫୁଲବାଣୀ(ସୁନୀଲପଟନାୟକ)
ମାଓ ଅଧ୍ୟୁଷିତକନ୍ଧମାଳ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଶାନ୍ତି ଶୁଙ୍ଖଳାର ସହ ଶେଷ ହୋଇଛି । ଆଜି ଅନୁଷ୍ଠିତ ବାଲିଗୁଡ଼ା ବ୍ଲକର ସମସ୍ତ ଫୁଲିଙ୍ଗ ପାର୍ଟି ସୁରକ୍ଷିତ ଭାବେ ଫେରି ଛନ୍ତି । ବାଲିଗୁଡ଼ା ବ୍ଲ୍କ୍କ୍କ୍କ6ର ମୋଟ ୮୧..୨୩ ପ୍ରତିଶତ ମତଦାନ ହୋଇଛି । ବ୍ଲକରେ ମୋଟ ୩୮ ହଜାର ୧୩୬ଜଣ ଭୋଟରଙ୍କ ମଧ୍ୟରୁ ୩୦ହଜାର ୯୭୮ ଜଣ ସେମାନଙ୍କ ମତାଧିକାରସାବ୍ୟସ୍ତ କରିଥିଲେ । ସେଥିମଧ୍ୟରୁ ୧୫ ୩୦୭ ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧୫ ୬୭୧ ଜଣ ମହିଳା ଭୋଟର ମତଦାନ କରିଥିବା ବିଡିଓ ଜଗଦୀଶ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।
ବିଡିଓ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ । ବଧାନରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଥିଲା
ନିର୍ବାଚନ ପରିଚାଳନାରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମହେଶ ପଟ୍ଟନାୟକଙ୍କ ସମେତ ସମସ୍ତ ପିଇ ଓ ଓ କର୍ମଚାରି ସହଯୋଗ କରି ଥିଲେ।
ଜିଲ୍ଲାପାଳ ଡା. ବୃନ୍ଦାଡି, ଆଜି ଅନୁଷ୍ଠିତ କ.ନୂଆଗାଁ ଓ ବାଲି ଗୁଡ଼ା ବ୍ଳକଗ୍ରସ୍ତ କରି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵ ଦେବାପାଇଁ ପରାମର୍ଶ ଦେଇଥିଲେ ।
ସେହିପରି ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ,ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ, ତହସିଲଦାର ଶଶାଙ୍କ ଶେଖର ପାତ୍ର ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସୁପରିଚାଳନା ନେଇ ପରାମର୍ଶ ଦେଇଥିଲେ ।

Leave a comment

Your email address will not be published. Required fields are marked *