#Breaking News

ବୋର୍ଡରେ ସିମୀତକାଜୁବାଦାମ ଚାଷ ,ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା


ଫୁଲବାଣୀ-( ସୁନୀଲ ପଟନାୟକ)
ସରକାର କୃଷି ଓ କୃଷକର ଅର୍ଥନୈତିକ ଉନ୍ନତି ପାଇଁ ଅନେକ 6 ଯାଜନା କରିଛନ୍ତି । ହେଲେ ଏ ସବୁ ଯୋଜନା କେବଳ କାଗଜକଲମରେ ଚାଲିଥିବା ଅଭିଯୋଗ ହେଉଛି । ଚାଷୀ ପ୍ରକୃତ
ସୁଫଳ ପାଇପାରୁନାହାଁନ୍ତି। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ।
ଫିରିକ
ଫିରିଙ୍ଗିଆ ବ୍ଳକ ଡିମିରିଗୁଡ଼ା ପଞ୍ଚାୟତ ର ବାଡିଗୁଡ଼ା ଗ୍ରାମର ପତିରା କହଁର, ଉଦ୍ୟାନ ବିଭାଗ ଜରିଆରେ ମନରେଗା ଯୋଜନାରେ – ଗତ ୧୭/୧୦/୨୦୧୯ରେ ନିଜର ୨.୫ ହେକ୍ଟର ଜମିରେ ୫୦୦ ଟି କାଜୁ ଗଛ ଲଗାଇଥିଲେ । ପ୍ରାୟ ୪ଲକ୍ଷ ୬୪ହଜାର ଟଙ୍କା ବ୍ୟୟ ହୋଇଥିଲା ଏଥିରେ । ୪/୫ ବର୍ଷରେ ଫସଲ ହେଲେ ତାକୁ ବିକ୍ରିକରି ଲାଭବାନ ହେବେ ବୋଲି ଭାବିଥିଲେ ।
ତେବେ ବିଭାଗର ରକ୍ଷଣା ବେକ୍ଷଣ ଅଭାବରୁ କାଜୁ ଗଛ ନଷ୍ଟ ହୋଇଗଲା। ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେଲା ନି କେବଳ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଲା।
କେବଳ ଏହି ଜଣେ ଚାଷୀ ନୁହନ୍ତି ଜିଲ୍ଲାର ଅନେକ କ।ଜୁ ଓ ଆମ୍ବଚାଷୀ ଙ୍କଏଭଳି ଅବସ୍ଥା।
ଏନେଇ ଅଭିଯୋଗ କଲେ ବି ଦାୟୀତ୍ଵରେ ଥିବା ବିଭାଗୀୟ ଅଧିକାରି ଶୁଣୁନାହାନ୍ତି ।
ଉଦ୍ୟାନ ବିଭାଗରେ ଉପନିର୍ଦ୍ଦେଶକଙ୍କ ସମେତ ଜେଏଚ୍ ଓ, ଓ ଭରସି ଅର ପଦବୀ ମାନ ଖାଲି ପଡିଛି । ସେହିପରି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଛନ୍ତି୨ ଜଣ କର୍ମଚାରି, I
ବିଭାଗରେ ଚାଲିଥିବା ଦୁର୍ନିତୀ ଅନିୟମିତତାର ତଦନ୍ତ କରିବା ସହ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *