#Uncategorized

ପଦ୍ମପୁର ବ୍ଲକ ଅଧକ୍ଷ କୁମର ମଣି ନାୟକ ଗିରଫ ମାମଲା : ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧି


ବରଗଡ,ତା ୯ ୵ ୩
ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇ ଦେଇଥିବା ପ୍ରତିବାଦରେ ଗତ କାଲି ଭାରତୀୟ ଜନତାପାର୍ଟି ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ କଟକ ଠାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ଓ ବିଜେପିର ସମିତି ସଭ୍ଯ ଶ୍ରୀମତୀ ସରସ୍ବତୀ ସାହୁ ଓ ଜଣେ କାର୍ଯ୍ଯକର୍ତ୍ତା ଶ୍ରୀ ଦୟା ସାହୁ ଉପରେ ମଧ୍ଯ ବ୍ଲକ କାର୍ଯ୍ଯାଳୟ ଭିତରେ ଗତ ୩ ତାରିଖ ଦିନ ବ୍ଲକ ଏସିଷ୍ଟାଣ୍ତ ଇଂଜିନିୟର ଶ୍ରୀ ଟିକାଚାନ୍ଦ କାଳୁ ଓ ବିଜେଡ଼ିର ଠିକାଦାର ଶ୍ରେଣୀୟ ଗୁଣ୍ତା ମାଡ ପିଟ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ନେଇ ଥାନାରେ ଏଫଆଇଆର ଦର୍ଜ ହୋଇଛି । ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ରିପୋର୍ଟ ଆଧାରରେ ପଦ୍ମପୁର ପୋଲିସ ବ୍ଲକ ଏଇ ଶ୍ରୀ କାଳୁ ସମେତ ଅନ୍ଯ ମାନଙ୍କ ନାମରେ କେଶ ନଂ ୪୯ ୵ ୨ ୵ ଧାରା ୧୪୩ ୵ ୨୯୪ ୵ ୫୦୬ lPC ୵ ୩ ,୧,୫,୨( VA ) SCST ଅନୁଯାୟୀ ମାମଲା ରୁଜୁ କରିଛି । ବିଜେପିର ଅନ୍ଯ ଜଣେ କାର୍ଯ୍ଯକର୍ତ୍ତା ଶ୍ରୀ ଦୟା ସାହୁଙ୍କ ରିପୋର୍ଟ ଆଧାରରେ ପୋଲିସ ବିଜେଡ଼ିର ଶ୍ରୀ ପ୍ରଶାନ୍ତ ମହାନ୍ତିଙ୍କ ସମେତ ଅନ୍ଯ ୭ ଜଣଙ୍କ ନାମରେ କେଶନଂ ୫୦ ୵ ୨୧ ଧାରା ୧୪୩ ୵ ୨୯୪ ୵ ୩୨୩ ୵ ୩୭୯ ୵ ୫୦୬୵ ୧୪୯ IPC ଅନୁଯାୟୀ ମାମଲା ରୁଜୁ କରିଛି । ଥାନାରେ ୩ଟି ଏଫଆଇଆର ଦର୍ଜ ହୋଇଥିବା ବେଳେ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଆକୋଶ ମୂଳକ ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ଆଲୋଚନା ବେଳେ ପୋଲିସ ମହାନିର୍ଦ୍ଦେଶକ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିବା ସହ ତୁରନ୍ତ ପଦକ୍ଷେପ ନିଆଯିବ ସହ ପୋଲିସ ର ଭୂମିକା ର ତଦନ୍ତ ହେବ ବୋଲି କହିଥିବା ନେଇ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ସୂଚନା ଦେଇଛନ୍ତି । ଡିଜିଙ୍କ ସହ ଆଲୋଚନା ସମୟରେ ବିଜେପି ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ଇରାଶି ଆଚାର୍ଯ୍ଯ,କୃଷକ ମୋର୍ଚ୍ଚାର ରାଜ୍ଯ କୋଷାଧ୍ୟକ୍ଷ ଶ୍ରୀ ବିଶ୍ବଜିତ ସ୍ବାଇଁ,କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀ ଶ୍ରୀକାନ୍ତ ମିଶ୍ର,ରାଜେନ୍ଦ୍ର ସେଠ ଆଦି ସାମଲି ହୋଇଥିଲେ

Leave a comment

Your email address will not be published. Required fields are marked *