#Breaking News

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ


ବାଲିଗୁଡା,୧୨/୦୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ପଞ୍ଚାୟତ ସମିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ l ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀକକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ଜଗଦିଶ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁଲିଙ୍ଗ୍ ପର୍ସନାଲିଟି ଓ ସେକ୍ଟର ଅଫିସର ମାନେ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନରେ କିପରି ପ୍ରସ୍ତୁତ ରହିବେ ଏବଂ ବ୍ୟାଲେଟ୍ ବକ୍ସ ଓ ବ୍ୟାଲଟ୍ ପେପରକୁ ନେଇ ଭୋଟ ଗ୍ରହଣ କିପରି ସୁରୁଖୁରୁରେ କରାଯିବ ସେନେଇ ବିଡ଼ିଓ ଶ୍ରୀ ଷଢଙ୍ଗୀ ତାଲିମ ପ୍ରଦାନ କରିଥିଲେ । ବାଲିଗୁଡା ବ୍ଲକରେ ୧୪୩ଟି ବୁଥ୍ ରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଏଥି ମଧ୍ୟରୁ ଅତି ସମ୍ବେଦନଶିଳ ବୁଥ୍ ୪୬ ଟି ଥିବା ବେଳେ ସମ୍ବେଦନଶିଳ ବୁଥ୍ ୭୬ ଟି ଥିବା ବିଷୟ ଜଣାପଡିଛିି।

Leave a comment

Your email address will not be published. Required fields are marked *