#Breaking News

ମୁକ୍ତିଲାଭ କରିବାକୁ ଯାଉଛି “ଦିଲ୍ ମୋର ମାନେନା”

ଭୁବନେଶ୍ୱର(ଉଲାପ୍ର)ଆର୍‌ଆର୍‌ସି ଫିଲ୍ମସ ଏବଂ ମା’ ତାରିଣୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମାଣ ହେଲା ସିନେମା ‘ ଦିଲ୍ ମୋର ମାନେନା’ । ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏ ସିନେମା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକୁ ଗାଇଛନ୍ତି। ନୃତ୍ୟ ସଂଯୋଜନା କରିଛନ୍ତି ମାଷ୍ଟର ମୂରଲୀ, ଅମିତ ନାୟକ, ଲୁବୁନ-ଟୁବୁନ ଓ ଜିତୁ ରାଉତ । ସିନେମାର ଲିଡ୍‌ରେ ସ୍ୱରାଜ ଓ ଶିବାନୀ ଅଭିନୟ କରିଛନ୍ତି । ପ୍ରଯୋଜକ ଶ୍ରୀଧର ମାର୍ଥା ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଛବିତା ମାର୍ଥା ଏବଂ ବାପୁନ କୁମାର । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଚଣ୍ଡି ପରିଜା । ଖୁବଶୀଘ୍ର ସିନେମାର ସୁଟିଂ ଶେଷ ହୋଇ ରଜରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave a comment

Your email address will not be published. Required fields are marked *