#Breaking News #Uncategorized

ମନରେଗା ବକେୟା ପାଉଣା ଦାବୀ ରେ ବ୍ଲକ ଆଗରେ ଶ୍ରମିକ ଙ୍କ ଧାରଣା


ଫୁଲବାଣୀ (,ସୁନୀଲ ପଟନାୟକ )
ପାଉଣା ଗଣ୍ଡାକ ପାଇ ବା ପାଇଁ ଦଉଡି ଦଉଡି ହତାଶ ହେବା ପରେ ଏବେ ଶେଷରେ ବାଧ୍ୟ ହୋଇ ବ୍ଲକ ସାମନା ରେ ଧାରଣା ରେ ବସିଛନ୍ତି ମ ନ ରେ ଗା ହିତାଧିକାରୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ରେ l
ରାଇକିଆ ବ୍ଲକ ଅନ୍ତର୍ଗତ ଗଟାମାହା ଗ୍ରାମର ମିନ୍ରେଗ୍ସ ରେ ମାଟି କାମ କରିଥିବା ଗ୍ରାମବାସୀଙ୍କୁ ଏଯାଏଁ ପାଉଣା ମିଳିନି l ଦୁଇ ତିନି ବର୍ଷ ହେଲା କାମ କରି ପାଉଣା ପାଇଁ ଅନାଇ ରହିଥିଲେ ଏମାନେ l ହେଲେବାରମ୍ବାର ପଂଚାୟତ ଠୁ ଆରମ୍ଭ କରି ବ୍ଲକ ବିଡ଼ିଓ ଙ୍କୁ କହି କହି ମଧ୍ୟ ପାଉଣା ପାଇଲେନିl
ଶେଷରେ ଗୁରୁବାର ଯୁବ ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା
ଯୁଗଳ କିଶୋର ନାୟକ, ଉମେଶ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରଜନୀକାନ୍ତ ପ୍ରଧାନ, ମିରଜ ପ୍ରଧାନ, ସୁମିତ ପ୍ରଧାନ, ପଦ୍ମନାଭ ପ୍ରଧାନ, ତ୍ରିଲୋଚନ ପ୍ରଧାନପ୍ରମୁଖ ହିତାଧିକାରୀ ମାନେ କହିଛନ୍ତି l
ମ ନରେ ଗା ଯୋଜନା ରେ କାର୍ଯ୍ୟରତ ଶ୍ରମିକଙ୍କୁ ଅତି ବେଶୀ ରେ ପନ୍ଦର ଦିନରେ ସେମାନଙ୍କ ମଜୁରୀ ପାସ ବୂକ ଏକା ଉଣ୍ଟ ମାଧ୍ୟମ ରେ ମିଳିବା କଥା କିନ୍ତୁ ଦୁଃଖର ବିଷୟ ଏଠି ବର୍ଷ ବର୍ଷ ଧରି ମଜୁରୀ ମିଲୁନିl ଫଳରେ ବାଧ୍ୟ ହୋଇ ଲୋକେ ଦାଦନ ଖଟିବାକୁ ଯାଉଥିବା ଯୁବ ନେତା ପ୍ରତାପ କହିଛନ୍ତି l
ବ୍ଲକ ଓ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ପ୍ରତାପ ଆହୁରି କହିଛନ୍ତି l ତେବେ ଏନେଇ ବି ଡ଼ି ଓ ଙ୍କ ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *