#Breaking News

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ଆସାମ ମୁଖ୍ୟମନ୍ତ୍ରୀ

ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି। କେନ୍ଦ୍ରର ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଧୀରେଧୀରେ ରାଜ୍ୟ ସରକାର ଏନେଇ ୨ ସନ୍ତାନ ଆଇନ ପ୍ରଣୟନ କରିବାର ଯୋଜନା କରୁଥିବା ସେ କହିଛନ୍ତି। ଏଭଳି ହେଲେ ୨ରୁ ଅଧିକ ସନ୍ତାନଙ୍କ ମାତାପିତାଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବ। କେନ୍ଦ୍ରର ସରକାରଙ୍କ ଏଭଳି କେତେକ ଯୋଜନା ରହିଛି ଯେଉଁଥିରେ ୨ ସନ୍ତାନ ଯୋଗ୍ୟତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ ସମ୍ପ୍ରତି ଆସାମରେ ହୋଇଥିବା ଏକ ସଂଶୋଧନ ଅନୁସାରେ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା, ଘରେ ଶୌଚାଳୟ ସୁବିଧା ସହିତ ୨ ସନ୍ତାନ ମାନଦଣ୍ଡ ରହିଛି। ଏହା ପଞ୍ଚାୟତ ଅଧିନିୟମ ଅନ୍ତର୍ଗତ ଜାରି କରାଯାଇଛି।

Leave a comment

Your email address will not be published. Required fields are marked *