#Breaking News #District

ବାଲିଗୁଡା ରେ ଛତୁ ଖାଇ ୭ ଗୁରୁତର ଅସୁସ୍ଥ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୭ନଂ.ୱାଡ ନୂଆସାହି ର ହରିଜନ ବସ୍ତିର ମଳିକ ନାୟକ ଙ୍କ ପରିବାର ଜଙ୍ଗଲି ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଙ୍କ ମଧ୍ୟରେ ମଳିକ ନାୟକ, ପମି ନାୟକ, ଅଜିତ ନାୟକ, ମାନସ ନାୟକ, ମନ ନାୟକ, ଶ୍ରୀୟା ନାୟକ, ଓ ଯାକବ ନାୟକ ପ୍ରଥମେ ଛତୁ ଖାଇବା ପରେ ମୁଣ୍ଡ ଝିମ ଝିମ ହେବା ସହ ମୁଣ୍ଡ ଓ ପେଟ ବ୍ୟଥା ହେବାରୁ ମେଡ଼ିକାଲକୁ ଆସିଥିଲେ। ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ର ଡାକ୍ତର ଅର୍ଣ୍ଣପୂର୍ଣ୍ଣା ସାହୁ, ଡା. ରାମ ପାତ୍ର, ଡା. ଵିଶାଲ ବାବୁ ଙ୍କ ଚିକିତ୍ସା ପରେ ସାଲାଇନ ଓ ଇଞ୍ଜେକସନ ଦେବା ସହ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ଅଞ୍ଚଳ ରେ ଛତୁ ଖାଇ ଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁଁ ଜଙ୍ଗଲ ରେ ବିଭିନ୍ନ ପ୍ରଜାତି ର ଜଙ୍ଗଲି ଛତୁ ଫୁଟୁଥିବା ବେଳେ ଲୋକେ ସଂଗ୍ରହ କରି ନିଜେ ଖାଇବା ସହ ବଜାର ରେ ବିକ୍ରି କରୁଛନ୍ତି। ଆଜି ଏ ଭଳି ଖବର ପ୍ରକାଶ ପରେ ଅଞ୍ଚଳ ରେ ଛତୁ କିଣି ଖାଇଥିବା ଲୋକେ ଚିନ୍ତା ରେ ପଡିଛନ୍ତି।

Leave a comment

Your email address will not be published. Required fields are marked *