#Breaking News

ଜୋନ୍ ୦୧ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର

ଆଠଗଡ଼- (ଉଲାପ୍ର)ଆଠଗଡ଼ ନିର୍ବାଚନ ମଣ୍ଡଳୀର ୦୧ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ସମସରପୁର ପଞ୍ଚାୟତରେ ନିଜ ସପକ୍ଷରେ ନିର୍ବାଚନୀ ପ୍ରଚାର କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ଏହି ପଞ୍ଚାୟତର ଆଙ୍କୁଲା, ଗୋଡି ଆଙ୍କୁଲା, ନଡୁଆପଡା, ଚିରିଗୁଡିଆ ଓ ବୁଦ୍ଧିଆ ପାଟଣା ଗ୍ରାମରେ ପ୍ରଚାର କରିଥିବା ବେଳେ ଆଜି ଦ୍ୱିତୀୟ ଦିବସରେ ଏହି ପଞ୍ଚାୟତର ରଘୁନାଥପୁର, ଚେରେଇପାଟଣା, ସମସରପୁର, ଅମୃତମଣୀ ପାଟଣା ଓ ତାଳବସ୍ତ ଗ୍ରାମର ପ୍ରତ୍ୟେକ ମତଦାତାଙ୍କ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜିର ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ବାଞ୍ଛାନିଧି ଜେନା, ସଂଗ୍ରାମ ମହାନ୍ତି, ରବି ଗଣ୍ଠିଆ, ଗଦାଧର ରାଉତ, ପ୍ରେମାନନ୍ଦ ରାଉତ, ସୁରେଶ ପରିଡା ଓ ପ୍ରକାଶ ଚନ୍ଦ୍ର ପୁହାଣ ପ୍ରମୁଖ ଯୋଗଦେଇ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଧଳଙ୍କୁ ହାତଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବାପାଇଁ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *