#Breaking News

ସ୍ଵାତୀ ପକ୍ଷରୁ ମିଲେଟ ଶକ୍ତି ଟିଫିନସେଣ୍ଟର ଉଦଘାଟିତ


ଫୁଲ ବାଣୀ(ସୁନୀଲପଟନାୟକ)
ଅଗ୍ରଣୀ ସ୍ୱେଛାସେବୀ ସଂଗଠନସ୍ଵାତୀ ପକ୍ଷରୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ଡ଼ିବାରୀ ଗ୍ରାମରେ ଅନ୍ନପୂର୍ଣ୍ଣ । ସ୍ଵୟଂସହାୟକ ଗୋଷ୍ଠୀ ଦ୍ଵାର । ମିଲେଟ ଶକ୍ତି ଟିଫିନସେଣ୍ଟର
ଉଦ୍ ଘାଟିତ6 ହୋଇଯାଇଛି ।
ଏହାକୁ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆତ୍ମା ଉପନିର୍ଦ୍ଦେଶକ ବ୍ଳକ କୃଷି ଅଧିକ।ରି,ସହକାରୀ କୃଷି ଅଧିକାରୀ ଓ ସ୍ଵାତୀ ସ୍ୱେଛାସେବୀ ସଂଗଠନର ସଂପାଦକ ଇଂ ହରିଶଙ୍କର ରାଉତ ପ୍ରମୁଖ ଯୋଗ ଦେଇ ଏଭଳି ଉଦ୍ୟମକୁ ମହିଳା ସ୍ଵୟଂ ସହାୟୀକା ଗୋଷ୍ଠୀକୁ ସାଧୁବାଦ ଜଣାଇଥିଲେ ।
ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ମିଠା .ପ କୋଡି, ବରା
ଲଡୁ ଆଦି ବିଭିନ୍ନ ଖାଦ୍ୟ ସମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ଏହି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହୀତକାରକ ବୋଲି ସ୍ଵାତୀସଂପାଦକ ଇଂରାଉତ କହିଥିଲେ । ଏହା ସଫଳ ହେଲେ ଅନ୍ୟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ବିକ୍ରି କରାଯିବ ବୋଲି ସେ ଆହୁରି କହିଥିଲେ ।
ସ୍ଵାତୀସଂଗଠନର କର୍ମକର୍ତ୍ତାମାନଙ୍କ ଉନ୍ନତ ଚିନ୍ତାଧାରା,ଆଗ୍ରହ ଓ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବା ଜଣାପଡିଛି।

Leave a comment

Your email address will not be published. Required fields are marked *