#Breaking News

୧୪ଦଫା ଦାବୀ ପୁରଣ ନେଇ ଅଙ୍ଗନବାଡି କର୍ମୀଙ୍କ ରାଲି ଓ ବିଷୋଭ


ଫୁଲବାଣୀ( ସ୍ଥନୀଲପଟନାୟକ.)
ଗୁରୁବାର ୧୪ଦଫା ଦାବୀ ପୁରଣ ନେଇ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱ ୲ର୍କର ଏସୋସିଏସନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ମାଦି କୁନ୍ଦା ଛକରୁ ଏହି ରାଲି ମୁଖ୍ୟ ରାସ୍ତାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଦୀର୍ଘବର୍ଷ ହେଲା ସେମାନଙ୍କୁ ଠକି ଚାଲିଛନ୍ତି। ଦାବୀପୁରଣ ଦିଗରେ କୌଣସିଠୋସ ପଦକ୍ଷେପ ଗ୍ରହଣ କରୁ ନଥିବା ସଂପାଦିକା ଅଭିଯୋଗ କରିଛନ୍ତି। ଦାବୀ ପୁରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ସଂଘ ସଂପାଦିକା ଶାରଦା ପରୀଛା କହିଛନ୍ତି । ଦ୍ଭାରତୀୟ ମ ଜଦୁର ସଂଘ ଆବାହକ ଅଶୋକ ପରିଡ଼ା ଓ ରାଜ୍ୟ ସଂଗଠନ ସଂପାଦକ ଗିରିଶ ମହନ୍ତଙ୍କ ନେତୃତ୍ଵରେ ଏହି ରାଲୀଅନୁଷ୍ଠିତ ହୋଇଥିଲା ।
ଜିଲ।ର ବିଭିନ୍ନ ସ୍ଥାନରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *