#Breaking News #Crime #District

ତୁମୁଡିବନ୍ଧ ଅଂଚଳରୁ ୯ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ


ଫୁଲବାଣୀ ( ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା l ତୁମୁଡିବନ୍ଧ ପୋଲିସ ଆଜି ମାଦାଗୁଡ଼ା ଛକ ରୁ ଏକ ୯ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କରିଛି l ସେମାନଙ୍କ ମଧ୍ୟରେ ଚାରିଜଣ ନାବାଳକ ଥିବା ଜଣା ପଡିଛି l ସେମାନଙ୍କ ନିକଟରୁ ପୋଲିସ ଛୁରୀ, କଟୁରୀ, ପିସ୍ତଲ, ମୋବାଇଲ ଆଦି ଅନେକ ମାରଣାସ୍ତ୍ର ଜବତ କରିଛି l
କୌଣସି ସୂତ୍ରରୁ ପକ୍କା ଖବର ପାଇ ପୋଲିସ ଟିମ ଅତର୍କିତ ଭାବେ ମାଦା ଗୁଡା ଛକ ରେ ଚଢ଼ାଉ କରି ଗିରଫ କରିଥିଲା l ଏହି ଡକାୟତି ଗ୍ୟାଙ୍ଗ ତୁମୁଡିବନ୍ଧ ସମେତ ଜିଲାର ବିଭିନ୍ନ ଅଂଚଳରେ ରାହାଜାନି, ଚୋରି, ଡକାୟତି ଆଦି କରୁଥବା ପୋଲିସ ସନ୍ଦେହ କରୁଛି l
ତୁମୁଡିବନ୍ଧ ପୋଲିସ ଏ ନେଇ ମାମଲା ରୁଜ୍ଜୁ କରି ବା ସହ ଘଟଣା ର ଛାନଭିନ କରୁଥିବା ଥାନାଧିକାରୀ କହିଛନ୍ତି l

Leave a comment

Your email address will not be published. Required fields are marked *