#Breaking News #District

ବନାନୀ କଳା ସଙ୍ଗମ ସଂଯୋଜକ ସମ୍ବର୍ଦ୍ଧିତ


ଫୁଲବାଣୀ ପବିତ୍ର ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ 2023 ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲାର ସର୍ବପୁରାତନ ତଥା ଅଗ୍ରଣୀ କଳା ଓ ସଂସ୍କୃ ତି ଆନୁଷ୍ଠାନ ବନାନୀ କଳା ସଙ୍ଗମର କଳାକାର ମାନେ ନୃତ୍ୟଗୁରୁ ବିନୋଦ ସାହୁ ଙ୍କ ଠାରୁ ଶିକ୍ଷାଲାଭ କରି ଆକର୍ଷଣୀୟ ଲୋକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ l lଜୀଲାର ନୂତନ କଳାକାର ସୃଷ୍ଟି କରିବା ସହ କଳା, ସଂସ୍କୃତି, ର ବିକାଶ ଦିଗରେ ବନାନୀ କଳା ସଙ୍ଗମ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଓ ନିଷ୍ଠା ଓ ଆନ୍ତରିକତାର ସହ ସଙ୍ଗଠନକୁ ଆଗକୁ ବଢ଼ାଇ ଥିବାରୁ
ରୁ ଏହି ଅବସରରେ ପ୍ରଶାସନ ପକ୍ଷରୁ ଏସ ଡି ସି ଅଧ୍ୟକ୍ଷ ରଦନ ମଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମlର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ପ୍ରମୁଖ
ସମସ୍ତ ନୃତ୍ୟ ଶିଳ୍ପୀ ଓ ବରିଷ୍ଠସlମ୍ବାଦିକ ତଥା ସଂଯୋଜକ ସୁନୀଲ ପଟନାୟକ ଙ୍କୁ ଉପଢୌକନ ସହ କପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l
ଫଳରେ ପ୍ରଶାସନ କୁ ଧନ୍ୟ ବାଦ ଦେବା ସହ ଆଗକୁ କାର୍ଯ୍ୟ କରିବାଲାଗି ପ୍ରୋତ୍ସାହିତ କରିବ ବୋଲି ବନାନୀ କଳା ସଙ୍ଗମ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ କହିଛନ୍ତି l

Leave a comment

Your email address will not be published. Required fields are marked *