#Breaking News

ଶିକ୍ଷୟତ୍ରୀ ଙ୍କ ବାରିରେ ବ୍ରହ୍ମକମକ ଫୁଟିଲା


ଫୁଲବାଣୀ(ଉଲା ପ୍ର )
ଫୁଲବାଣୀ ସହର ବାଳିକା ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଅନିତା ପଟନାୟକ ଙ୍କ ଘର ବଗିଚାରେ ଗୁରୁବାର ବ୍ରହ୍ମକମଲ ଫୁଲ ଫୁଟିଛି l ଆଜି ଗୁରୁବାର ଥିବାରୁ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଦୁଇଟା ଫୁଟିଥିବାରୂ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ lଉକ୍ତ ଫୁଲକୁ ଦୀପ ଓ ଧୂପ, ଭୋଗ ସହ ମହା ପ୍ରଭୁ ଜଗନାଥ ଙ୍କୁସମର୍ପଣ କରି ଆଶିଷ ଲାଭ କରି ଥିଲେ l ସୂଚନା ଯୋଗ୍ୟ ଯେ, ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ସାହି ଲୋକ ସାଙ୍ଗସାଥି ଦେଖିବା ଲାଗି ଘର କୁ ଯାଇଥିଵା ସେ କହିଛନ୍ତି lଗତଵର୍ଷ ଏହି ଗଛ କୁ ଅନିତା ପଟନାୟକ ବ୍ରହ୍ମପୁର ରୁ ଆଣି ଲଗାଇଥିଲେ l
ସେହିପରି ଆଜି ସହର ରେ ଅନେକ ଵ୍ୟକ୍ତି ଙ୍କ ଘରେ ବ୍ରହ୍ମକମଲ ଫୁଲ ଫୁଟିବା ଫଳରେ ସମସ୍ତେ ଜଗନାଥ ଙ୍କୁ ସମର୍ପଣ କରିବା ପାଇଁ ଜଗନାଥ ମନ୍ଦିର କୁ ଯାଇଥିଲେ l ଵିଶେଷ କରି ଗୁରୁବାର ଏହି ଦୁର୍ଲଭ ଫୁଲ ଫୁଟିବା ଖୁସି ଓ ଆନନ୍ଦ ସହ ଶୁଭଫଳ ମିଳିବ ବୋଲି ଶିକ୍ଷୟତ୍ରୀ ପଟନାୟକ କହି ଥିଲେ l
ଫଳରେ ରାତିରେ ମନ୍ଦିରରେ ଫୁଲ ସମର୍ପଣ ସାଙ୍ଗକୁ ପୂଜାର୍ଚନା ପାଇଁ ପ୍ରବଳ ଭିଡମଧ୍ୟ ହୋଇଥିଲା l

ଅଟୋ ଓଲଟିଲା, ୩ ଆହତ

Leave a comment

Your email address will not be published. Required fields are marked *