#Exclusive

ଭୁବନେଶ୍ୱରରେ ଘରୋଇ ହସ୍‌ପିଟାଲରେ ଯାଞ୍ଚ ହେଉଛି: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଘଟିବା ପରେ ଏଠାକାର ବିଭିନ୍ନ ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଆଜି ଭୁବନେଶ୍ୱରରେ ୧୦ଟି ହସ୍‌ପିଟାଲ ଯାଞ୍ଚ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ କାମ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରାଯାଉଛି। ରିପୋର୍ଟ ଆସିବା ପରେ ହସ୍‌ପିଟାଲ ଉପରେ ପଦକ୍ଷେପ ନିଆଯିବ। ହସ୍‌ପିଟାଲକୁ ସୋକଜ୍‌ ନୋଟିସ୍‌ ଦିଆଯାଇ ପଦକ୍ଷେପ ନିଆଯିବ। ସେ କହିଛନ୍ତି, କିଛି ହସ୍‌ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନଜରକୁ ଆସିଛି।ସୂଚନାଯୋଗ୍ୟ, ଗତକାଲି ରାଜଧାନୀର ମଂଚେଶ୍ୱର ଅଂଚଳରେ ଥିବା ବ୍ଲୁ ହୁଇଲ ହସ୍‌ପିଟାଲକୁ ସିଲ କରାଯାଇଥିଲା। ଏହି ହସ୍‌ପିଟାଲରେ ୨୭ ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଥିଲେ। ଏଥିରୁ ଅଧିକାଂଶ ହସ୍‌ପିଟାଲର କର୍ମଚାରୀ ଥିଲେ। ହସ୍‌ପିଟାଲର କର୍ମଚାରୀମାନଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ଲ ହୁଇଲ୍‌ ହସ୍‌ପିଟାଲକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ମଧ୍ୟ ଏହାର ଉତ୍ତର ଆସିନାହିଁ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ।

Leave a comment

Your email address will not be published. Required fields are marked *