#Breaking News #District

କାମାକ୍ଷାନଗର ମୁଖ୍ୟ ଚିକିତ୍ସାଳୟ ଚତୁପାର୍ଶ୍ଵ ବର୍ଷାଜଳ, ମେଡିକାଲ୍‌ର ଦେହ ଖରାପ । ମେଡିକାଲ ସୁସ୍ଥ ହେବ କେବେ

କାମାକ୍ଷା ନଗର ( ଅକ୍ଷୟ ନନ୍ଦ )ଢେଙ୍କାନାଳ-ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ହସ୍ପିଟାଲ । ହସ୍ପିଟାଲର କ୍ୱାଟର୍ସ ଗୁଡିକ ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି । ଆଣ୍ଠୁଏ ପାଣିରେ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଷ୍ଟାଫ ମାନେ ଯିବା ଆସିବା କରୁଛନ୍ତି । ଏଥିସହିତ ମେଡ଼ିକାଲ ଭିତରେ ମଧ୍ୟ ବର୍ଷା ଜଳ ପଶିଛି । ଦୀର୍ଘଦିନ ଧରି ଏହି ସମସ୍ୟା ଷ୍ଟାଫ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏଥିପ୍ରତି ମେଡ଼ିକାଲ କର୍ତ୍ତୃପକ୍ଷ କିମ୍ବା ଅଧିକାରୀ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଅଧିକାରୀ ମାନେ ଦେଖୁଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରଣାଉନଥିବା ଜଣାପଡିଛି । ମେଡ଼ିକାଲ ପରିସର ଭିତରେ ଥିବା ଘରେ ସିମେଣ୍ଟ ଓ କିଛି ଘର ତିଆରି ସାମଗ୍ରୀ ରହିଛି । ମାତ୍ର ତାହା ପାଣିରେ ଭାସୁଛି । ଏଥିପ୍ରତି ମଧ୍ୟ କାହାରି ନଜର ନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଛି । ତୁରନ୍ତ ଏହି ସମସ୍ୟାକୁ ଦୃଷ୍ଟି ଦେବାକୁ ଦାବି ହୋଇଛି । ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋଟ UDAYA LABANYA

Leave a comment

Your email address will not be published. Required fields are marked *