#Breaking News #District

ସପ୍ତାହେ ହେଲା ହାତୀ ଆତଙ୍କ ରେ ଲୋକେ ଆତଙ୍କିତ


ଫୁଲବାଣୀ ( ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ କଳିଙ୍ଗା ଅଂଚଳରେ ଗତ ସପ୍ତାହେ ହେଲା ହାତୀ ପଲ ଆତଙ୍କ ଚଳାଇଛନ୍ତି lଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି l
ଗଂଜାମ ଜିଲ୍ଲା ଘୁମଷର ଡିଭିଜନ ଅନ୍ତର୍ଗତ ରମ୍ଭା ଅଂଚଳ ରୁ ପ୍ରାୟ ସତର ଟି କିଆ ହାତୀପଲ ଏହି ଅଂଚଳ କୁ ଖାଦ୍ୟ ଅନ୍ୱେଷଣ ରେ ଚାଲି ଆସିଥିବା କୁହାଯାଉଛି lଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l
ହାତୀପଲ ସୁଜେଲି, ନନ୍ଦଗିରି, କୁରମୁଙ୍ଗିଆ କଳିଙ୍ଗା ଆଦି ଅଂଚଳ ରେ ବୁଲି ଉତ୍ପାତ କରୁଛନ୍ତିl ଖବରପାଇ ବନବିଭାଗ ରେଞ୍ଜର ଓ କର୍ମଚାରୀ ହାତୀପଲ ଘଉଡାଇବା ଲାଗି ଅକ୍ଲାନ୍ତ ଉଦ୍ୟମ କରୁଥିଲେ ବି ଘଉଡାଇପାରିନାହାନ୍ତି l ତେବେ ହାତୀପଲ ଙ୍କ ଗତିବିଧି ଉପରେ ସତର୍କ ନଜର ରଖାଯିବା ସହ ଯେଉଁ ଜଙ୍ଗଲ ଦେଈ ବିଦ୍ୟୁତ ଲାଇନ ଯାଉଛି ସେହି ଅଂଚଳ ବିଦ୍ୟୁତ ବିଛିନକରାଯାଇ ହାତୀ ଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ରେଞ୍ଜର କହିଛନ୍ତି l ତେବେ ହାତୀପଲ ଅତିଶୀଘ୍ର ଅନ୍ୟ ଜଙ୍ଗଲ ଅଂଚଳ କୁ ଚାଲିଯିବେ ବୋଲି ରେଂଜେର କହିଛନ୍ତି l

Leave a comment

Your email address will not be published. Required fields are marked *