#Breaking News #Uncategorized

ନରସିଂହପୁର ଏକଡାଳ ପଞ୍ଚାୟତ ରେ ୩ ଶହ ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ କରୋନା ଟୀକା

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଏକଡାଳ ଗ୍ରା:ପ ଆନୁକୂଲ୍ୟରେ ଏକଡାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗ ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନେଇ 300ଟି ପ୍ରଥମ ଡୋଜ କରୋନା ଟୀକା ଦିଆଯାଇଛି ।

ଏହି ଟୀକାକରଣ କାର୍ଯ୍ୟକ୍ରମରେ  ଗ୍ରା:ପର ସରପଞ୍ଚ ପ୍ରତିନିଧି ଚିତ୍ରସେନ ସାମଲ, ନାଏବ ସରପଞ୍ଚ ସୁଶାନ୍ତ ରାଉତ, ଯୁବ ସମାଜ ସେବୀ ସୁନିଲ ହୋତା , ୱାର୍ଡ ମେମ୍ବର ପ୍ରଭାତ ମହାରଣା ଓ ସୁରେଶ ସାହୁ , ଅଜୟ ପଣ୍ଡା , ସୁନିଲ ପାଣି, ସଞ୍ଜୟ ପଣ୍ଡା,ସାମ୍ବାଦିକ ବିଶ୍ୱନାଥ ଜେନା ,  ପ୍ରସନ୍ନ ଜେନା , ପିତାମ୍ବର ରାଉତ , ଦିନେଶ ରାଉତ , ସରୋଜ ବାରିକ , ଅଜୁ ରାଉତ ,ଟିଲି ରାଉତ , ଦିପୁ ସ୍ବାଇଁ , ଦିଲ୍ଲୀପ ରାଉତ , ମାନସ ଜେନା , ସଞ୍ଜୟ ସ୍ବାଇଁ , ବିରଞ୍ଚି ଦଳେଇଙ୍କ ସମେତ ପ୍ରମୁଖ ବ୍ୟକ୍ତିଗଣ ସହଯୋଗ କରିଥିଲେ ।

ଶେଷରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଶାନ୍ତି ଶୃଙ୍ଖଳା ସହ ଏ ଟୀକାକରଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Leave a comment

Your email address will not be published. Required fields are marked *