#Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ଶହ ବର୍ଷର ଜଗନ୍ନାଥ ମନ୍ଦିର


ଫୁଲବାଣୀ ( ସୁନୀଲ ପଟନାୟକ )
ଗତ କାଲି ଠୁଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲା ରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି lଲଗାଣ ବର୍ଷାରେ ସୋମବାର ଭାଙ୍ଗିଲା ସରଙ୍ଗଡ଼ ରେ ଥିବା ଷୋଳ ମୁଠାର ର ଜଗନ୍ନାଥ ମନ୍ଦିର l
ଜମିଦାର ଶାସନ ଅମଳର ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଭାଙ୍ଗି ନଷ୍ଟ ହୋଇଛି l
ରାତିଠାରୁ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ମନ୍ଦିର ଟି ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛିl
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଭାଙ୍ଗିଲା ବୋଲି ଆଲୋଚନା ହେଉଛି l ମନ୍ଦିର ରୁ ଶ୍ରୀବିଗ୍ରହ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି ମନ୍ଦିର କତୃପକ୍ଷ l
ପ୍ରଶାସନ ପକ୍ଷରୁ ତୁରନ୍ତ ଅର୍ଥ ଅନୁଦାନ ଯୋଗାଇଦେଲେ ମନ୍ଦିର ନିର୍ମାଣ କରାଯିବ ବୋଲି ସ୍ଥାନୀୟ ଲୋକେ, ଭକ୍ତ, ଜଗନାଥପ୍ରେମୀ, ଓ କମିଟି ସଦସ୍ୟ ମାନେ କହିଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *